STORYMIRROR

Lalit kumar Swain

Inspirational

4  

Lalit kumar Swain

Inspirational

ସ୍ଵର୍ଗ ପ୍ରାପ୍ତି

ସ୍ଵର୍ଗ ପ୍ରାପ୍ତି

1 min
106

ସଭିଙ୍କୁ ଅଦୃଶ୍ୟ, ଆଜୀବନ ସ୍ବପ୍ନ କୌତୁହଳ ନୟନରେ

ସ୍ୱର୍ଗ କୁ ଦେଖନ୍ତେ, ଅନୁଭବ କରି ନିଜକୁ ଧନ୍ୟ କରନ୍ତେ।


ପୁରାଣ ବର୍ଣ୍ଣିତ ସ୍ୱର୍ଗ କେଉଁଠାରେ କିଏ ଜାଣିଛକି ?ଭାଷ

ମନ୍ଦ ପବନରେ ଚନ୍ଦନ ସୁବାସ ଦେବଦେବୀଙ୍କର ବାସ।


ମଧୁର କଳ୍ପଲୋକ ପାଇବାର ଇଛା କରେ ବିଚଳିତ

ଘନ ଘନ ପ୍ରଶ୍ନ ରାଜି ଉଙ୍କିମାରେ ସତେ ଅଛି କି ସ୍ଵର୍ଗ ?


ସ୍ୱର୍ଗ ମୋର ନେଲା କାଢି, ଖୁସି, ହସ, ଆନନ୍ଦ, ଶାନ୍ତି

ଭ୍ରାନ୍ତ ପ୍ରାୟ ଏଣେ ତେଣେ ବିସ୍ମରଣ କର୍ତ୍ତବ୍ୟ କିରତି।


ଦିନେକ ଦେଖିଲି ଏକ ମଣିଷ ଶାନ୍ତ କାନ୍ତ ମିଷ୍ଠଭାଷି

ସ୍ୱତଃ ହସ କି ଆନନ୍ଦ ଖେଳିଗଲା ମନରେ ସରସୀ।


ସବୁକିଛି ବୋଧେ ମିଳିଗଲା ଏଇ ସେଇ ସ୍ୱର୍ଗର ଭାବ

ଯାହା ପାଇଁ ମନ ଥିଲା ବିଚଳିତ କ୍ରମ ଥିଲା ଅବୟବ।


ସ୍ୱର୍ଗ ନାହିଁ କେଉଁ ଅଚିହ୍ନା ରାଇଜେ, ଜହ୍ନ ସେପାରିରେ

ସ୍ଵର୍ଗ ଅଛି ମନୁଷ୍ୟ ହସରେ, ହୃଦୟରେ ମନ ଭବନାରେ।


ସ୍ୱର୍ଗ ଅଛି ଭୋକିଲା ମଣିଷ ଖାଦ୍ୟରେ, ଶିଶୁ ହସରେ

ପରୋପକାରେ, ମଧୁସ୍ପର୍ଶ, ମୈତ୍ରୀ ସମାବେଦନାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational