STORYMIRROR

Writer Roja Panda

Inspirational

2  

Writer Roja Panda

Inspirational

ସର୍ବଂସହା ମା

ସର୍ବଂସହା ମା

1 min
14.2K


ମା' ମା' ବୋଲି ଗୋଟିଏ ଶବ୍ଦ

କେହି ତ ବୁଝନ୍ତି ନାହିଁ

ମା’ ଅଟେ କିନ୍ତୁ ସକଳ ଆଧାର

ଏକଥା ବୁଝିବା କାହିଁ I

ଆଜି ଯାହାକୁ ତୁ ଘୃଣା କରୁଛୁ

ସିଏ ତୋର ଜନ୍ମଦାତ୍ରୀ

ତାହାରି ଗର୍ଭରୁ ଜନମ ହୋଇତୁ

କେମିତି ହେଲୁ ଏତେ ପାପୀ

ତୋ ପାଇଁ ସିଏ ଦଶ ମାସ ଦଶଦିନ

ଗର୍ଭେ ପାଇଛି କଷ୍ଟ

ଜନମ ହୋଇତୁ ତାହାରି କୋଳରୁ

ହୋଇଗଲୁ ଏତେ ନଷ୍ଟ I

ଜନ୍ମ ପରେ ମା ତା ପିଲାଛୁଆଙ୍କ

ସ୍ନେହରେ କରେନି ହେଳା

ଦେଇଥାଏ ତାର ବକ୍ଷକୁ ଚିରି

ସୁମଧୁର କ୍ଷୀର ପରା I

ମା ତାର ସ୍ନେହେ କରେନାହିଁ ହେଳା

ଯିବା ଥିବା ଯାଏଁ ତାର

ସନ୍ତାନଟି କିନ୍ତୁ ବଡ ହେବା ପରେ

କରେ ଭାଗର ବିଚାର I

ବଡ ହେଲା ପରେ ଦିଏ ସିଏ ତାକୁ

ନାନା ନିର୍ଯାତନା ପରା

ତଥାପି ମା ତା ସହି ନିଏ ସବୁ

କାରଣ ନିଜର ସନ୍ତାନ ପରା I

ସମସ୍ତେ ଦିଅନ୍ତି ଖାଲି ତାକୁ କଷ୍ଟ

ସବୁ ନେଇଯାଏ ସହି

ଏହି ମା ପରା ସର୍ବଂସହା ଅଟେ

କେହି ତା ବୁଝନ୍ତି ନାହିଁ I

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର, ମଧୁପାଟଣା,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational