STORYMIRROR

Bidyadhar Mantry

Inspirational Others

4  

Bidyadhar Mantry

Inspirational Others

ସର୍ବେ ହେଲେଣି ଏକାକାର

ସର୍ବେ ହେଲେଣି ଏକାକାର

2 mins
355

ସର୍ବେ ହେଲେଣି ଏକାକାର

ସମସ୍ତେ ସମାନ

ଧର୍ମ, ଜାତି,ବର୍ଣ୍ଣ ପୃଥକ୍ ବିଷୟ ।

ଦୈନନ୍ଦିନ ଜୀବନରେ ଅଲଗା ପ୍ରଭାବ

ପରିବର୍ତ୍ତନ ବି ଘଟିଛି, ଘଟୁଛି

ସାମାଜିକ ଚିନ୍ତାଧାରା ବି ବଦଳି ଗଲାଣି

ଅସ୍ପୃଶ୍ୟତା ପ୍ରାୟ ନାହିଁ କହିଲେ ଚଳେ

ଆଇନ ଆଗରେ ସଭିଏଁ ସମାନ

ବହୁ ବାଦ ବିବାଦର ଅନୁଧ୍ୟାନ ପରେ

ସମାନତା ର ଚିତ୍ର ଆଜି ସ୍ପଷ୍ଟ


ଜାତି ପ୍ରଥା ନାମରେ ସଂସ୍କାର ସହିତ

ଦଳିତ, ଅବହେଳିତ ଆଜି ମୁଣ୍ଡ ଟେକିଛି

ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର ର

ବିଭକ୍ତି ଅଛି, କିନ୍ତୁ କଟକଣା କୋହଳ

ବେଦ, ଉପନିଷଦ ଆଜି ସହଜରେ ଉପଲବ୍ଧ

ବୈବାହିକ ସମ୍ପର୍କ ବି ହେଉଛି

ଉଚ୍ଚ ନୀଚ ଜାତି ପ୍ରଥାର କଟକଣା ବି ଅଛି

କୁଳ ସମାଜର କଟକଣା ପ୍ରାୟ କୋହଳ


ଏବେ ଆଉ ସେ ପୁରୁଣା କଥା ନାହିଁ

ଟିକିଏ ଭୁଲ୍ ପାଇଁ ନିଆଁ ପାଣି ମନା

ସାହିରୁ ବାସନ୍ଦ, କେହି କଥା ହେବେନି

ଜାତି କୁଳ ସଭାରେ ଦୋଷୀକୁ ଏକଘରିଆ

ବାଉରୀ ଜାତିର ପୁଅ ସହିତ ବ୍ରାହ୍ମଣ ଝିଅ

ଯଦି କିଛି ହେଇଛି , ନ୍ୟାୟ ଆଶାରେ

ଘଣ୍ଟା ଘଣ୍ଟା ଧରି ତର୍ଜମା, ଆଲୋଚନା

ପରେ ପରେ ଦୋଷୀ କୁ ଦଣ୍ଡ

କଙ୍ଗାରୁ କୋର୍ଟ ର ଫୈସଲା,ମାନିବାକୁ ବାଧ୍ୟ


କିଛି ଜାଣିବା ଆଗରୁ ଏବେ ପ୍ରେମ ହେଇଯାଉଛି

ଧୈର୍ଯ୍ୟ ବି ରହୁନି

ଜାତି ଅଜାତି ର କଟକଣା କିଏ ମାନୁଛି!!

ବେଶି ହଇରାଣ କଲେ ଥାନାରେ ହାଜର

କୁଳ ସଭା କୁ କିଏ ଡ଼ରୁଛି!!

ମଣିଷ ପଣିଆର ଦ୍ୱାହିଦେଇ ସବୁ ମିଳାମିଶା

ମନ୍ଦିର ପ୍ରବେଶ ନିୟମ ବି ଖୋଲା ମେଲା


ବର୍ଣ୍ଣଶଙ୍କର ରାଜୁତି ସବୁଠି

ସଭ୍ୟତାର ନିଛକ ଉଦାହରଣ

ଦୁଇଟି ଆତ୍ମାର ମିଳନ ପାଇଁ

ଜାତି ଧର୍ମ ଓ ବର୍ଣ୍ଣ ନେପଥ୍ୟେ କୋଳାହଳ

ଖୋଲା ମଞ୍ଚରେ ଅଭିନୟ ପର୍ବ

ସଂପର୍କୀୟ ସହଯୋଗ ମିଳୁ ବା ନ ମିଳୁ

କଙ୍ଗାରୂ କୋର୍ଟ ରେ ଆଉ ନୂଆ କେଶ୍ ନାହିଁ 


ସର୍ବେ ହୋଇବେ ଏକାକାର 

ଫୁଲ୍ ଦମ୍ ରେ ଚାଲୁ ରହିଛି

ପୁରାଣ ବର୍ଣ୍ଣିତ କଥା ଏବେ ସତ ହେଇଛି

ମାନବ ଶୃଙ୍ଖଳ ଗଠନ ହେଉଛି

ମହାମାରୀ କରୋନା ସହିତ ମିଳିତ ସଂଗ୍ରାମ

ଦେଶ ଦେଶ ମଧ୍ୟରେ ସମ୍ପର୍କ ବଢୁଛି

ଯୁଦ୍ଧ ବି ହେଉଛି ତିକ୍ତ ସମ୍ପର୍କ ରେ


ବେଦ ପୁରାଣ ଥିଲା ବ୍ରାହ୍ମଣ ଅଧୀନ

ଏବେ ସର୍ବ ଜନାଦୃତ, ସାର୍ବଜନୀନ

ଧନୀ ଗରିବ ର ଚିତ୍ର ଅଛି ଓ ରହିବ

ହେଲେ ଜାତିଆଣ ଭାବ ରେ ସଂସ୍କାର ହେଉଛି

ମଣିଷ ହିଁ ପୁରୁଷ ଓ ମହିଳା,ଦୁଇ ଜାତି

ଏତେ ଜାତି ଅଛି,ଯାହା ଗୁଗୁଲ୍ ରେ ନାହିଁ

ପୁରୁଣା ଜାତି କଥା,ଆଜିର ପିଲାଙ୍କ ମୁଣ୍ଡରେ ନାହିଁ

ପୁରୁଣା ଚିଠି କୁ ସାଇତି ରଖିବା ଭୁଲ୍

ଏବେ ସବୁ ନୂଆ ଉପାୟରେ 

ସର୍ବେ ହୋଇବେ ନୁହଁ,ସର୍ବେ ହେଲେଣି

ସର୍ବେ ହେଲେଣି ଏକାକାର

ଲୋପ ପାଇଲାଣି ବେଦର ବିଚାର....।।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational