ସପ୍ତରଙ୍ଗୀ ପ୍ରିୟା
ସପ୍ତରଙ୍ଗୀ ପ୍ରିୟା
ବିଲ ପାରି ହେଲେ ନଦୀ ପଠା ଦେଇ
ଦିଶୁଚି ତାର ଗାଁ,
ସେଇ ଗାଁ ରେ ରୁହେ ମୋ ପ୍ରିୟା,
ଦେଖିଚି ତାକୁ କେବେ କେତେ ବେଳେ କିନ୍ତୁ ଜାଣିନି ତାର ନାଁ l
ମେଳା ମଉଜ ରେ ପର୍ବ ପର୍ବାଣୀ ରେ
କେବେ କେବେ ଦେଖା ହୋଇଯାଏ,
ହୃଦୟ ସ୍ପନ୍ଦନ କେଉଁ ଗତି ରେ
କେଜାଣି ଆପେ ଆପେ ବଢିଯାଏ l
ଆଖିଟି ତାର ସରଳ ନିଷ୍ପାପ
ଆଉ କିଛି ଲାଗେ ନାହିଁ ବେଶୀ,
ଚାଲି ଗଲେ ଲାଗେ ହଂସଟେ ଯାଉଛି
ଯେବେ ଫୁଲ ଟେ ଗଭା ରେ ଖୋସି l
କଥା ପଦ ଟିଏ ହେବି ତା ସହ
ଏଥର ନିଶ୍ଚେ ଭାବିଲି,
ଯିବି ନିଶ୍ଚିତ ତା ଗାଁ ବୁଲି
ଏ ବର୍ଷ ଆସିଲେ ହୋଲି l
ମନର ଡରକୁ ଛପାଇବା ପାଇଁ
ରଙ୍ଗକୁ ମୁହଁରେ ବୋଳି,
ଗାଁର ଗୋଟିଏ ସାଙ୍ଗକୁ ନେଇକି
ତା ଗାଁ ଆଡେ ଗଲି ଚାଲି l
କହିଲି ପ୍ରିୟା ମୁଁ ନିଶ୍ଚିତ ଆସିବି
ତୋ ଗାଁ ତୋ ସାହି,
ରଙ୍ଗ ଲଗାଇବା ବାହାନେ
ମନ କଥା ମୋ ତୋ କାନେ ଦେବି ମୁଁ କହି l
ଏ ହୋଲି ଦିନ ଯାଇ ତା ଗାଁ ପାଖେ
ଗାଁ ଚାନ୍ଦିନୀ ରେ ବସି,
ଭାବୁଥିଲି କେବେ ସେ ଆସିବ
ମୋର ସପନ ପ୍ରେୟସୀ l
କିଛି ସମୟ ଅନ୍ତରେ
ଫଗୁ ରଙ୍ଗ ସିକ୍ତ ହୋଇ,
ଆସିଲେ ପଲେ ତରୁଣୀ
କିନ୍ତୁ କିଏ ମୋ ପ୍ରେମିକ ସେମାନଙ୍କ ଭିତରୁ
ପାରିତ ନଥିଲି ଜାଣି l
ମନେ ପଡିଗଲା ସେଇ ଲମ୍ବା ବେଣୀ
ତାର ଠୂନକ ଠୂନକ ଚାଲି,
ଲାଜେ ଡରି ଡରି ଆଡେଇ ଆଡେଇ
ସେ ଯାଉଥିଲା ଚୂଲୁବୁଲି l
ତା ଘରଠୁ ଦୂର ରେ ଏକ ଗଛ ଉହାଡରେ
ଛକି ବସିଥିଲି ମୁହିଁ,
ହାତ ଭିଡିଧରି ଡାକି ନେଲି ତାକୁ
ଗଲା ବେଳେ ଗଛ ପାଖ ଦେଇ l
ସୁନା ପିଲାଟିଏ ପରି ସେ ଆସିଲା
ଅଳ୍ପ ଡର ଲାଜେ ବେଶୀ,
ମୁହଁକୁ ତଳକୁ କରି ସେ ରହିଲା
ଅଳ୍ପ ଅଳ୍ପ ଟିକେ ହସି l
ହାତ ପାଖେ ତାର ଫଗୁ ମେଞ୍ଚେ ନେଇ
ମୁହେଁ ତାର ବୋଳି ଦେଇ,
ଅସୀମ ସାହସେ
ମନ କଥା ତାର କାନେ ଦେଲି କହି l
ସହମତିର ନିରବ , ଲାଜେ ଜର ଜର
ଭୂଇଁରେ ଗାରକୁ ଟାଣି,
କହିଲା ସେ କେଉଁ କାଳୁ ଅପେକ୍ଷାରେ ଥିଲି
ତୁମେ ପାରିଲାନି ଜାଣି l
ସେଦିନ ପରଠୁ ଆମେ ଆତ୍ମୀୟତାରେ ବିଭୋର,
ପ୍ରେମେ ଲୀନ ଦୁଇ ପକ୍ଷି ପରି
ଚାଲୁଛୁ ସେବେଠୁଁ
ପୁଣି ଚାଲୁଥିବୁ ଏ ଜୀବନରେ ରଙ୍ଗ ଭରି l