STORYMIRROR

sudhansu sekhar das

Inspirational

4  

sudhansu sekhar das

Inspirational

ଅନୁରୋଧ ହୋଲି

ଅନୁରୋଧ ହୋଲି

1 min
548

ଏ ହୋଲିରେ !

ଭିଜେଇଦେ ଏଇ ଥର ଏକ ଏମିତି ରଙ୍ଗରେ,

ଯେମିତି ତୋରି ରଙ୍ଗର ସ୍ପର୍ଶରେ 

ହଜି ଯାଉ ମୋ ପରିଚୟ,

ବଢ଼େଇ ଦେ ମୋ ଯେତେ ଆତ୍ମବିଶ୍ୱାସକୁ

ସୁଯୋଗ ପାଏ ମୁଁ ପୁଣି ଥରେ

ତୋ ନୂଆ ରଙ୍ଗେ ଏକ ନୂତନତା ନେଇ

ଅସୀମ ଧୈର୍ଯ୍ୟ ଓ ସାହାସେ ଗଢିବି ମୁ ଏକ ଖୁସି ର ବଳୟ I

ତୋରି ରଙ୍ଗର ବଳୟେ ବିତିଯିବ ମୋର ବାକିକ ସମୟ I


ଏ ହୋଲି ରେ!

ରଙ୍ଗେଇଦେ ଏ ଦୁନିଆକୁ ଏମିତି,

ଯେମିତି ଉଚ୍ଚ ନୀଚ୍ଚ ଜାତି ଧର୍ମ, ବର୍ଣ୍ଣ ଭେଦ ଯେତେ 

ସବୁ ଭିଜିଯାଉ ଗୋଟିଏ ରଙ୍ଗରେ,

ପରଳ ହଟିଯାଉ ଅହଂକାର ଗର୍ବ ସଭିଙ୍କ ମନରୁ

ବିଶାଳ କରିଦେ ସଭିଙ୍କ ହୃଦୟ I

ପରଷ୍ପର ସ୍ନେହ ସଦଭାବନାରେ ବିତିଯାଉ ଯେତେ ବାକିକ ସମୟ I


ଏ ହୋଲି ରେ !

ଫଗୁ ରେ ମିଶେଇ ଦେ ତୁ 

ଟିକେ ଟିକେ ପ୍ରେମ ର ବାସ୍ନା କୁ 

ଅତର୍କିତ ଫଗୁ ଆକ୍ରମଣେ 

ବିଧ୍ୱସ୍ତ କରିଦେ ସବୁ ମନେ ଥିବା ଘୃଣା ର ଅର୍କ କୁ 

ଭରିଦେ ଦୁନିଆ କୁ ତୋ ରଙ୍ଗର କୋମଳ ଛୁଆଁ ରେ 

ଉଦାରତା, ସ୍ନେହ, ପ୍ରେମ, ଶରଧା ରେ 

ଦୁନିଆ ଟା ହେଇଯାଉ ପ୍ରେମମୟ,

ସେଇ ଭରସା ରେ ବିତିଯାଉ ଯେତେ ବାକିକ ସମୟ I


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational