STORYMIRROR

Shubhra Suchitra Mahanta

Romance

3  

Shubhra Suchitra Mahanta

Romance

ସ୍ପର୍ଶ

ସ୍ପର୍ଶ

1 min
481

ସ୍ପର୍ଶରେ ତୁମର, କୁହୁକ କେମିତି

ପାଇଲା ଦିନଠୁଁ, ଝୁରି ହୁଏ ନିତି...


ଅଜଣା ବ୍ୟକ୍ତିଟେ,ତୁମେ ମୋ ଜୀବନେ

ହେଲେ କାଇଁ ଖୋଜେ,ତୁମକୁ ସ୍ବପନେ...


ମୋ ମନ ଅତିଥି, ମାନିଛି ତୁମକୁ

ଚାହୁଁଛ କି ଏଠି, ଘର ତୋଳିବାକୁ...


ଇସାରା ତୁମର, ବୁଝି ମୁଁ ପାରେନା

କୁହ ଇଚ୍ଛା ଯାହା, ନ କରି ବାହାନା...


ନୟନ ଯୋଡ଼ି ରେ, ପ୍ରେମ ଭରି ଅଛି

ତୁମକୁ ବି କଣ, ଲାଗେ କିଛି କିଛି...


ଦୁନିଆକୁ ଡରି, କିଛି ଲାଭ ନାହିଁ 

କରିନିଅ ସାଥୀ, ଜନ୍ମ ଜନ୍ମ ପାଇଁ...


ଆସେ ଯଦି ବାଧା, ସାଥିରେ ଲଢିବା 

ସୁଖରେ ଦୁଃଖରେ, ଏକାଠି ରହିବା... 


ଟିକେ ଟିକେ କରି, ସାଉଁଟିବା ଖୁସି 

ଗଢ଼ିବା ଜୀବନ, ଦିବା ନିଶି ମିଶି... 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance