STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ସ୍ଵପ୍ନର ପ୍ରହେଳିକା—@shok

ସ୍ଵପ୍ନର ପ୍ରହେଳିକା—@shok

1 min
11.8K

ସ୍ବପ୍ନର ପ୍ରହେଳିକା 

==========

                    —ଅଶୋକ


ଅସୁମାରି ସ୍ଵପ୍ନର ଗନ୍ତାଘରେ 

          ଭରିଛି ମୁଁ ମୋର ଆଶା, 

ଆଶା ମୋର ପୂର୍ଣ୍ଣ ହେବକି ଜାଣେନା 

          ନ ହେବି ମୁଁ ନିରାଶା ll


ଜୀବନର କିଛି ଅଜଣା ପଥରେ 

          ଉଙ୍କି ମାରେ କେତେ କଥା, 

ଭାବୁଛି ବସି ମୁଁ ନୀରବତାରେ 

           ଅସଫଳତା ଭରିବ ବ୍ୟଥା ll


ସନ୍ଧ୍ୟା ଆଗମନେ ବିହଗ କାକଳି

           ବାଜିଯାଏ ଯେବେ କାନେ, 

ମନ ଅଣାୟତ୍ତ ହୋଇଯାଏ ମୋର 

           ଉଡି ବୁଲୁଛି ଗଗନେ ll


ନୀରବରେ ବସି ତୁମ କଥା ଯେବେ 

          ଭାବୁ ଥାଏ ମନେ ମନେ, 

ହୃଦୟ ସ୍ପନ୍ଦନ କହିଯାଏ କିଛି 

          କେବେ ଆସିବ ଜୀବନେ ll


ଆଜି ନୂହେଁ ଏହା ଅନେକ ଦିନର

            ଅସୁମାରୀ ସ୍ୱପ୍ନ ଭରା, 

ତୁମେ ଆସି ବକ୍ଷେ ଜାବୁଡି କହିବ 

            ସାଥି ତୁ ମୋର ପରା ll


ସମୟ ବି ସରେ ବୟସ ସାଥିରେ 

           ସରେନା ମନର ପ୍ରେମ, 

ଆଜିବି ବସିଛି ଶୁଣିବା ପାଇଁକି 

           ବଞ୍ଚିବାକୁ ଜନ୍ମ ଜନ୍ମ ll


କହିପାରେ ନାହିଁ ମନର ଭାଷାକୁ 

           ରହିଯାଏ ନୀରବରେ, 

ହୃଦୟ ଖୋଜେ ମନବି ଖୋଜେ 

          ଆତ୍ମା ଖୋଜେ ନିରନ୍ତରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance