STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ସ୍ଵପ୍ନ

ସ୍ଵପ୍ନ

1 min
2.9K

ସ୍ୱପ୍ନ ଦେଖିବାର ସ୍ୱାଧୀନତା ତୁମେ

ଦେଇଥିଲ ଦିନେ ଯାହା,

ଆଲୋକ ନୁହେଁ ସେ ଛାଇ ଅନ୍ଧକାର

ସ୍ୱପ୍ନ ନାମେ ଏକ ମାୟା

ସତ ସ୍ୱପ୍ନ ଦେଖି କା ହୃଦ ରାଜ୍ୟରେ 

ହେବାପାଇଁ ରାଜରାଣୀ,

ଥିଲା ଯେବେ ଇଚ୍ଛା,ମିଥ୍ୟା ପ୍ରତିଶ୍ରୁତି

ଦେଉଥିଲ କିଆଁ ପୁଣି

ସେ ପ୍ରତିଶ୍ରୁତିରେ ଅରଣା ମୋ ମନ

ଖିଆଲରେ ଗଲାହଜି,

କେଉଁଠି ହଜିଲା କେଉଁ ଇଲାକାରେ

ନପାଏ ମୁଁ ଖୋଜି ଆଜି

ଭରିଦେଲ କିଆଁ ମୋ ଆଖିରେ ତୁମେ

ଆଶାର ଶିଶିର ବିନ୍ଦୁ

ଲୁହ ହୋଇ ତାହା ଝରିଯାଇ,ହୃଦ

କରିଦେଲା ଦୁଃଖ ସିନ୍ଧୁ

ସେ ସିନ୍ଧୁ ଗର୍ଭରେ ଆଗ୍ନେୟ ଗିରିରେ

ଜଳୁଛି ବଡବାନଳ,

ସତ କୁହ ତୁମେ କି ଲାଭ ପାଇଲ,

ମୋ ସଙ୍ଗେ କରି ଏ ଛଳ

ଛଳନା ଗୋ ତୁମେ ମୋମନକୁ ଭାଙ୍ଗି

ଗଢୁଛ ଯେ ଇମାରତ,

ଧୂସାବାଲିର ସେ ସ୍ୱପ୍ନର ଘରକୁ

ରଖିବ ତ କାଳ ସ୍ରୋତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract