STORYMIRROR

Debabrata Jena

Fantasy

2  

Debabrata Jena

Fantasy

ସପନ ନାୟିକା

ସପନ ନାୟିକା

1 min
13.9K



ସପନ ନାୟିକା ସପନ ତରୀରେ

ସପନର ତଟିନୀରେ ।

ଭାସିଯାଅ ଯେବେ ସପନ ଦେଶକୁ

ମୋ ପ୍ରେମର ସପନରେ ।।

ସପନ ଫେରନ୍ତା ପକ୍ଷୀ ଟିଏ ହୋଇ

ଯେବେ ପୁଣି ଉଡ଼ିଆସ ।

ସପନ ରାଇଜେ ସପନ ବସାରେ

ସପନର ନୀଡ଼ ରଚ ।।

ତୁମେ ମୋ ସପନ ,ତୁମେ ମୋ ସ୍ପନ୍ଦନ

ତୁମେ ମୋର ଶିହରଣ ।

ତୁମେ ମୋ ଜୀବନ, ତୁମେ ମୋର ପ୍ରାଣ

ତୁମେ ସପନ ବନ୍ଧନ ।।

ତୁମେ ମଧୁସ୍ମିତା ,ତୁମେ ପ୍ରୀତିନନ୍ଦା

ତୁମେ ମୋ ସ୍ୱପ୍ନାତୀତ।

ତୁମେ ମରୀଚିକା ,ତୁମେ ମଧୁସିକ୍ତା

ତୁମେ ମୋ ସପନ ମିତ ।।

ସପନ ରାଇଜ ପରୀଟିଏ ତୁମେ

ଉଡ଼ିଗଲ କେଉଁ ଦିଗେ ?

ସପନ ଗଗନେ ଅନାଇରହିଛି

ତୁମରି ପ୍ରତୀକ୍ଷା ମାର୍ଗେ ।।


Rate this content
Log in

Similar oriya poem from Fantasy