Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhir Kumar Panda

Abstract

3  

Sudhir Kumar Panda

Abstract

ସଫଳତା

ସଫଳତା

1 min
11.9K


ସପନ ମୋହରି ଗଗନକୁ ଛୁଏଁ ପାଇବାକୁ ଜହ୍ନ ତରା

ଯୋଜନା କରେ ମୁଁ ଯୋଜନ ଯୋଜନ ତଥାପି ମୁଁ ପଥହରା l


ସପନ ଦେଶରେ ସପନ କିଣଇ ସପନ ବିକଇ ମୁହିଁ

କେତେ ଲାଭ କରେ କେତେ କ୍ଷତି କରେ ହିସାବ ତା ଜାଣିନାହିଁ l


ଆକାଶର ତାରା ଆଣିବାକୁ ପରା ସପନର ଜାଲ ବୁଣେ

ସେ ଜାଲ ଭିତରେ ନିଜେ ଛନ୍ଦି ହୋଇ ଅଗୁଣକୁ ମୋର ଭଣେ l


କାଗଜ ଜାହାଜ ଉଡାଇ ଆକାଶେ ଛୁଇଁବାକୁ ଚାହେଁ ନଭ

ଯୋଜନାକୁ ମୋର ଅସଜଡା କରି ବୃଥା କାଢୁଥାଏ ଦମ୍ଭ।


ଅସମ୍ଭବ ବୋଲି ବୀର ଜାତକରେ ନଥାଏ କେବେ ବି କିଛି

କରିବାକୁ କିନ୍ତୁ ଇଚ୍ଛାକୁ ସମ୍ଭବ ଆଳସ୍ୟକୁ ଦେବା ପୋଛି l


ଯୋଜନାରେ ରଖି ସମ୍ଭାବନା ମତି କାର୍ଯ୍ୟରେ ହେଲେ ତତ୍ପର

ବେଳ ଥାଉ ଥାଉ ବନ୍ଧ ବାନ୍ଧିଥିଲେ ରହେନା ବନ୍ୟାର ଡର।


ଜହ୍ନ ନହେଲେବି ତାରା ନ ହେଲେବି ମୁଠାଏ ଆକାଶ ଆସେ

କର୍ମଯୋଗୀ ନର ପାଏ ସଫଳତା ମୁଖ ଝଲସାଇ ହସେ।


Rate this content
Log in

Similar oriya poem from Abstract