STORYMIRROR

Kumar Mrutyunjay

Inspirational

4  

Kumar Mrutyunjay

Inspirational

ସଞ୍ଚୟ

ସଞ୍ଚୟ

1 min
22.4K

ସଞ୍ଚିତ ଅର୍ଥ କ୍ଷଣଭଙ୍ଗୁର 

ନିମିଷକେ ଯିବ ଉଡି 

ସଞ୍ଚିତ କର୍ମ ଅଚଳ ଗିରି 

କେବେ ଯାଏନାହିଁ ହାତ ଛାଡି |


ଗୋଟି ଗୋଟି କରି ରଖିଥିବା ଧନ 

ଦିନକରେ ହେବ ଖର୍ଚ୍ଚ

ଘୋଟି ଆସିବ ସେ ଅଜଣା ବେମାରୀ 

ଭାଙ୍ଗିଦେବ ମେରୁଦଣ୍ଡ |


ସଞ୍ଚିତ ଚେତନା ଅଧ୍ୟାତ୍ମ ଭାବନା 

ଦିବାନିଶି ହରି ନାମ 

କେବେ ଛାଡିବନି ତୁମକୁ ନିଃସଙ୍ଗ 

ଆତ୍ମା ପକ୍ଷୀ ହେବ ମୁକ୍ତ |


ପାରୁଛ ଯଦି ହେ ଅଧମ ମାନବ 

କରିନିଅ ଏହି ସଞ୍ଚୟ 

ବିପଦେ ଆପଦେ ସାହା ହେବେ ପ୍ରଭୁ 

ନାହିଁ ଏଥିରେ ତ ସଂଶୟ |



Rate this content
Log in

Similar oriya poem from Inspirational