STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ସଞ୍ଚୟ

ସଞ୍ଚୟ

1 min
11.8K


ଟୋପାଏ ଟୋପାଏ ଜଳ ବିନ୍ଦୁ ପଡି ଭରିଯାଇଥାଏ ଘଡା

ପଇସା ପଇସା ସଞ୍ଚୟ କରିଲେ ହେବ ଦିନେ ନୋଟ୍ ବିଡା।

ଛୋଟ ଛୋଟ କର୍ମ ମିଶି ମିଶି ଦିନେ ଦେଇଥାଏ ବଡ ଫଳ

ନିତ୍ୟ କସରତ ଟିକିଏ ଟିକିଏ ଦେଇଥାଏ ମହାବଳ।

ଛୋଟ ଛୋଟ ଖୁସି ମନରେ ଭରିଲେ ଜୀବନ ହୁଏ ସରସ

ବିନ୍ଦୁଏ ବିନ୍ଦୁଏ ଆଣି ମଧୁମକ୍ଷୀ ସଞ୍ଚିଥାଏ ମଧୁରସ।

ଛୋଟିଆ ଛୋଟିଆ ଖୁସିର ମୁହୂର୍ତ୍ତ ମୁହଁରେ ଫୁଟାଏ ହସ

ନିୟମିତ ଭାବେ ସତକର୍ମ କଲେ ବଢିଥାଏ ନିଶ୍ଚେ ଯଶ।

ନିରନ୍ତର ଭାବେ କରିବା ପ୍ରୟାସ ବଡ ସାନ ଭାବ ଭୂଲି

ଅର୍ଥ ଓ ସମୟ ସଦୁପଯୋଗରେ ପାଇବା ସୁଫଳ ଖୋଲି।

କର୍ମ ଅନୁସାରେ ଫଳ ମିଳିଥାଏ ହୋଇ ଚକ୍ରବୃଦ୍ଧି ସୁଧ

କ୍ଷୁଦ୍ରରୁ ହିଁ ସବୁ ଆରମ୍ଭ ହୋଇଛି ଯା ଆମେ ଦେଖୁ ଅଗାଧ।

ଛୋଟ ଛୋଟ କାମ ନିରନ୍ତର ଭାବେ କରିଚାଲେ ଯେ ମାନବ

ଭବିଷ୍ୟତ ତାର ଉଜ୍ବଳିତ ଥାଏ ନଥାଏ କିଛି ଅଭାବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract