STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ସନ୍ତାନ

ସନ୍ତାନ

1 min
214


ଦାମ୍ପତ୍ୟ ଜୀବନ ପୁଣ୍ୟରେ ସନ୍ତାନ

ମଧୁର ବାତ୍ସଲ୍ୟ ପ୍ରେମ

ସନ୍ତାନ ମଙ୍ଗଳ କର୍ମେ ସବୁ ବେଳ

ପିତାମାତାଙ୍କର କାମ୍ୟ ll


ଭଲ ପରିବେଶ ସୁନ୍ଦର ଭବିଷ୍ୟ

ପ୍ରଗତିରେ ରଖି ଆଶା

ତାର ପିତାମାତା ଚେଷ୍ଠିତ ସର୍ବଦା

ସନ୍ତାନ କରେ ଭରସା ll


ସଦ୍ୟଜାତ ଶିଶୁ ମାତା କୋଳେ ଶିଶୁ 

ନିର୍ଭୟ ବିଶ୍ୱାସ ଭରେ

ପରେ ପରିବାର ରକ୍ତ ସମ୍ପର୍କର

ପରିଚିତ ସମାଜରେ ll


 ବାପା ମାତା ମୋର  ସବୁ ମୋର ମୋର

ସ୍ନେହରେ ଶ୍ରଦ୍ଧାରେ ଧରେ

ଦୃଷ୍ଟି ଆତ୍ମୀୟତା ଦେହ ନିରୀହତା

କୋମଳତା ହୃଦୟରେ ll


ବାଲ୍ୟ ବୟସରେ ଦୟା ମମତାରେ

ସମୟ କଟଇ ତାର

କିଶୋରର ବେଳ ସାଙ୍ଗ ସାଥି ମେଳ

ଶିକ୍ଷା ଦୀକ୍ଷା ଆନନ୍ଦର ll


କୁସଙ୍ଗ ସୁ ସଙ୍ଗ ଆକର୍ଷେ ତା ସାଙ୍ଗ

ନିଜ ହସ୍ତେ କର୍ମଫଳ

ଭଲ ଉପଦେଶ ଲାଗେନା ବିଶ୍ୱାସ

ବିଶ୍ୱାସେ ମିଳେ ସୁଫଳ ll


ପ୍ରେମ ପ୍ରତାରଣା ବାଟ କରେ ବଣା

ପିତାମାତା ହତାଦର

ପିତା ମାତା ମୋର ନୁହେଁ ଦରକାର

ସନ୍ତାନ କରେ ବିଚାର ll


ଜପ ତପ ଯେତେ ଦୁଃଖ କଷ୍ଟ ସେତେ

ସୁଯୋଗ୍ୟ ସନ୍ତାନ ଜାଣେ

ଅଯୋଗ୍ୟତା ପଣ ପିତା ମାତା ଘୃଣ୍ୟ

ଅସହିଷ୍ଣୁତା ତା ମନେ ll


କୁମାର ଶ୍ରବଣ ଆଦର୍ଶ ସନ୍ତାନ

କରେ ଆଜି ସଚେତନ

ପୁରାଣର ଜ୍ଞାନ ନାହିଁ ଆଉ ଧ୍ୟାନ

ବିଦେଶ କରେ ଗମନ ll


ସଂସ୍କୃତି ଆମର ନୁହେଁ ଯେ ସ୍ୱୀକାର

ପରିବାର ସ୍ୱର୍ଗପୁର

ସନ୍ତାନ ଦୁଃଖରେ ଅସହାୟତାରେ

ଦିନ କାଟେ ପିତା ତାର ll


ଆମ ପିତାମାତା ଚଳନ୍ତି ଦେବତା

ଅନୁଚିନ୍ତା ସନ୍ତାନର 

କର୍ତ୍ତବ୍ୟ ସନ୍ତାନ ଭୁଲି ଅଭିମାନ

ପିତାମାତା ସେବା କର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational