ସଂଘର୍ଷରୁ ସଫଳତା
ସଂଘର୍ଷରୁ ସଫଳତା
ମାନବ ଜୀବନ ନୁହଁଇ ସମାନ କେତେବେଳେ ହୁଏ କିସ
କେତେବେଳେ ମିଳେ ଅମୃତ ମଣୋହି କେତେବେଳେ ମିଳେ ବିଷ ।
କେତେବେଳେ ଆସି ଲଦିହେଇଯାଏ ଅମାପ ଅଲୋଡା ଦୁଃଖ,
ଆଉ କେତେବେଳେ ଭୋଗି ହୁଏନାହିଁ ମିଳିଥାଏ ଏତେ ସୁଖ ।
ସୁଖର ଦିନ ତ ସରି ସରି ଯାଏ ଜଣାପଡେ ନାହିଁ ଜମା
ଦୁଃଖ ମାଡିଆସେ ପାହାଡର ପରି କଷ୍ଟ ଯନ୍ତ୍ରଣାର ଅମା
ସେ ଦୁଃଖ କଷ୍ଟକୁ ସଯତ୍ନେ ସମ୍ଭାଳି ଆଗକୁ ଯେ ଜନ ଯାଏ
ଦୁଃଖର ଅନ୍ଧାର ପାରି ହୋଇଗଲେ ସୁଖର ଆଲୋକ ପାଏ ।
ଦୁଃଖ ଯେତେବେଳେ ମାଡି ଆସିଥାଏ ଭୋଗିବା ଯେବେ ନିଶ୍ଚିତ,
ସ୍ଥିତପ୍ରଜ୍ଞ ବ୍ୟକ୍ତି ଅବିଚଳିତ ସେ କ୍ଳେଶ ନ ଆଣେ କିଞ୍ଚିତ
ସମାଧାନ ସୂତ୍ର ସମ୍ଭାବ୍ୟ ବୈଚିତ୍ର କର୍ମରେ ରଖେ ଭରସା
ଆଗକୁ ସେ ବଢେ ଦୁଃଖ ସୁଅ ଚିରି ନ ହୁଏ ସେ ଲୋକହସା ।
ଘାତ ପ୍ରତିଘାତ ନିଆଁରେ ଆଉଟି ଚମକେ ସୁନାର ପରି
ଦୁଃଖ କଷ୍ଟ ସହି ପାଏ ସଫଳତା କିଏ ହେବ ତା'ର ସରି ।