STORYMIRROR

Dhiren Bag

Tragedy

3  

Dhiren Bag

Tragedy

ସଂଘର୍ଷ

ସଂଘର୍ଷ

1 min
219


ଜୀବନ ଦୋ' ଛକିରେ

ଜୀଇଁବା ଭାରି କଷ୍ଟ

ଏଠି ପ୍ରତି ମୁହୂର୍ତ୍ତେ ଚାଲେ

ସଂଘର୍ଷ ।


ଚାରିକାନ୍ଥ ଭିତରେ 

ମୁଁ ଅଣ ନିଶ୍ବାସୀ

ପାଦେ ମୋହ ମାୟାର

ଶିକୁଳି ।


ମେଞ୍ଚା ମେଞ୍ଚା ମରୁ ପାହାଡ

ଗଛ ବି ଥୁଣ୍ଟା କଣ୍ଟା 

କଙ୍କାଳ ଦେଖାଇ କାନ୍ଦୁଛି

ଅବୈଧ ଶିଶୁ ପରି ।


ଘନ କୁହୁଡିର ଚାଦର ଭିତରୁ

ଉଙ୍କିମାରେ ସୁନେଲି ସପନ

ହେଲେ ,ସବୁ ଝାପ୍ସା ଦିଶେ

ପାପ ଏଠି ସୁଗନ୍ଧିତ ଫୁଲ ପରି

ମହ ମହ ବାସେ ।


ମନ ଯେବେ ଖୋଜେ

ଚକ୍ ମକ୍ ରୂପେଲି ଜହ୍ନର ଛାୟା

ସରିଯାଏ ରାତିର ଆୟୁଷ 

ସମୟ ସାଜେ ନିଅଣ୍ଟ ।


ବେଳେ ବେଳେ ମା' ବି କାନ୍ଦେ

ବୁକୁଫଟାଇ ବାହୁନୀ ବାହୁନୀ

ଫଟା ପଣତ ପାତି ଭିକ୍ଷା କରେ

ଜୀବନର ଶେଷ ସଂଘର୍ଷ ।


ଏଠି ମିଛ ନିଆଁରେ ବଞ୍ଚିବା ସାର

ସଂଘର୍ଷ ବିନା କିଛିତ ମିଳେନା

ସାଉଁଟିବାକୁ ହବ ଅନୁଭବ 

ଆଉ ତିଆରି କରିବାକୁ ହେବ

ଜୀବନ ଜୀଇଁବା ସଂଘର୍ଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy