ସଂଘର୍ଷ
ସଂଘର୍ଷ
ଶାନ୍ତି ଏଠି ଚାହାଁନ୍ତିନି କେହି
ଖାଲି ଚାହାଁନ୍ତି ସଂଘର୍ଷ
ଏଠି ସମସ୍ତେ ଯଦି
ଶାଗୁଣା ବିଲୁଆ
ଚିକିଛକ
ରକ୍ଷକ ହେବ ଭକ୍ଷକ
ସଂସାରଟା ଶବମୟ
କାହିଁକି ଯେ ନ ହେବ
ସଙ୍କଟ ଆଉ ଶଙ୍କା ମୋର
ଏଇ ବୋଧେ ଅନ୍ତିମ ପରିଣତି
ଶାନ୍ତି ବୋଧେ କେହି ଚାହାଁନ୍ତିନି
ନହେଲେ ନିତି ଏତେ ହାଟନାଟ
ଖାଲି ସଂଘର୍ଷ ।
