STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ- ୫୩

ସନେଟ- ୫୩

1 min
12.5K


ଭାରତ ଅମ୍ବରେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଏ ଦେଶେ ସମାଜବାଦ ଶାସନ ଚାଳନା

ହେବ ବୋଲି ଏତେ ଘୃଣ୍ୟ, ନ ଥିଲା କଳ୍ପନା ।।

ଲକ୍ଷ ଲକ୍ଷ ଦୀନ ଜନ ସେବା ଭାର ଯାର

ପର ସେବଧି ଲୁଣ୍ଠନେ ସଦା ମନ ତାର ।।

ରୂପାଜୀବୀ ରଙ୍ଗରସେ ବ୍ୟସ୍ତ ସେ ସତତ

ଶିଧୂ ପାନେ ମାତି ସଦା ବିଭୋଳ ତା ଚିତ୍ତ ।।

ନିତି ପ୍ରତି ନିରୀହଙ୍କ ମୋଡୁଥାଏ ମୁଣ୍ଡ

ନିଜ ଧର୍ମେ କର୍ମେ କରି ଏକାବେଳେ ଗୁଣ୍ଡ ।।

ରକ୍ଷକ ଭକ୍ଷକ ହୋଇ ଅଛନ୍ତି ଏ ଦେଶେ

ଅନ୍ଧାରୀ ରାଜ୍ୟେ ଗୁହାରି କରିବା କା ପାଶେ ।।

ଭବ୍ୟ ସଭ୍ୟର ଅଦ୍ଭୁତ ଚଳଣି ମୋ ପ୍ରାଣେ

ଆଣେ ଅଶାନ୍ତି, ଭୀଷଣ ଘୃଣା ଜନ୍ମେ ମୋ ମନେ ।।

କେବେ ଘୁଞ୍ଚାଇ ଅନ୍ଧାର ଭାରତ ଅମ୍ବରେ

ଉଇଁବେ ସୌଭାଗ୍ୟ ରବି ତାରିବେ ସକଳେ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics