ସ୍ନେହମୟୀ ଜନନୀ ମୋ ମାଆ
ସ୍ନେହମୟୀ ଜନନୀ ମୋ ମାଆ
ମାଆ ତୋ ଆଶିଷ ଥିଲେ ମୋ ଉପରେ
ବିପଦ ଥାଏ ମୁଁ ମୁକ୍ତ,
ଅସୁବିଧା ମୋର ଉପୁଜେ ନାହିଁ
ବିମଳ ହୁଏ ମୋ ପଥ ।
ସରଗର ପୀୟୂଷ ପରି ମିଠା ଅଟେ
ତୋ ମମତାର ଡାକ,
ତୋ ଡାକ ଶୁଣିଲେ ଦେଖିଦେଲେ ତତେ
ମେଣ୍ଟି ଯାଏ ମୋ ଭୋକ ।
ତତେ ଦେଖିଦେଲେ ହଜିଯାଏ ମୋ
ଯେତେ ଥିଲେ ମନେ ଦୁଃଖ,
ମୋତି ମାଣିକ ନାହିଁ ଆବଶ୍ୟକ
ଚାହେଁ କେବଳ ତୋ ସୁଖ ।
ତୋ କୋଳେ ଥାଇ ସୁଖ ମଣୁଥାଇ
ଜାଣିନି ସଂସାର କ'ଣ,
ଜାଣିଲି ଯେବେ ତୋ ପାଇଁ ମୋ ସଂସାର
ଭରିଲା ସାତ ସପନ ।
ସ୍ନେହରେ ତୁହି କଅଁଳ ହାତରେ
ଦେଲେ ଆଉଁସି ମୋତେ,
ଥିଲେ ଯେତେ ଅଶ୍ଳୀଳ କଷ୍ଟ
ଉଭେଇ ଯାଏ କି ସତେ ।
ମାଆ ତୋର ସ୍ନେହ ମମତାରେ କେବେ
ନ ଥାଏ ଟିକେ ଛଳନା,
ବାଳୁତ ସନ୍ତାନ ଭାବି ସବୁ ଦୋଷ
କ୍ଷମି ଥାଉ ତୁହି ସିନା ।
ତୋର ଦୁଃଖରେ ମୋର ଦୁଃଖ ମାଆ
ତୋର ହସେ ମୋର ହସ,
ଆଜୀବନ ତତେ ସମ୍ମାନ ଦେବୀ ମୁ
ରଖି ତୋର ମହାଯଶ ।
ଆର ଜନମେ କେତେ କରିଥିଲି ତପ
ଜନମିଲି ତୋ କୋଳରେ,
ରାଗ ରୋଷ ମୋର ସହିଅଛୁ କେତେ
ତୁହି ମାଆ ଏକା ଜଗତେ ।
ତୋର ବର୍ଣ୍ଣନା ଅସୀମ ଅଟେ ଲୋ
କିପରି ବର୍ଣ୍ଣିବି ମୁହିଁ,
ରଚିଲ ମହିରେ ମାତୃ ସନ୍ତାନ ସମ୍ପର୍କ
ଧନ୍ୟ ବିଧାତା ତୁହି ।