STORYMIRROR

Ramajyoti Sahu

Others

3  

Ramajyoti Sahu

Others

ଗୋଲାପ

ଗୋଲାପ

1 min
164

ଗୋଲାପ ଫୁଲରେ ଗୋଲାପ ଫୁଲ

କି ମହନୀ ରଖିଛୁ ତୋଠି

ମହକୁ ଥାଉ ତୁ ସଞ୍ଜ ସକାଳ ।

ମନୁଷ୍ୟ ହଉ ଅବା ପତଙ୍ଗ

ଦେଖି ସଭିଏଁ ହୁଅନ୍ତି ପାଗଳ ।

ଗୋଟେ ପ୍ରକୃତ ପ୍ରେମିକ,

ପ୍ରେମର ପ୍ରତୀକ ଭାବି

ତତେ ନେଇ ତା' ପ୍ରିୟାକୁ ଦେଇ 

ତାର ଭଲ ପାଇବାକୁ ପ୍ରକାଶ କରେ ।

ତତେ ଆଉ ତା ପ୍ରେମକୁ 

ତା ସମ୍ମୁଖେ ତୁଳନା କରେ ।

ସେହିଭଳି ଗୁଣୁଗୁଣୁ ଶବ୍ଦରେ ଆସି

ଭ୍ରମର ଭ୍ରମରୀ, ତତେ ଆଲିଙ୍ଗନ କରି 

ତୋ ଠାରେ ଚୁମ୍ବନ ଦେଇ

ତୋର ମଧୁକୁ ସେ 

କେତେ ଆନନ୍ଦର ସହିତ ଗ୍ରହଣ କରେ ।



Rate this content
Log in