ମୋ ସ୍ନେହର ବନ୍ଧୁ
ମୋ ସ୍ନେହର ବନ୍ଧୁ
କିଛି ସାଙ୍ଗ ସ୍ମରଣୀୟ ଥିଲେ,
ସ୍ମୃତି ତାଙ୍କ ପୁରୁଣା ଥିଲା,
ଛୁଆଁ ଅଛୁଆଁର ଭେଦ ଭାବ ନାହିଁ,
ଜୀବନର ଅତୁଳନୀୟ ସମୟ ଥିଲା ।
ସାଥେ ଖାଇବାର ମଜା ଅଲଗା ଥିଲା,
କଥା କଥା କେ ମୁଖେ ହସ ପୁରିଉଠୁଥିଲା,
ରାଗିବା ଲାଗି ଉପହାସ କରେ,
ତଥାପି ସେଠି ଆନନ୍ଦର ମହକ ଥିଲା ।
ରାଗ, ରୋଷ କେତେ ଅଭିମାନ ଥିଲା,
ଅଳି ଅର୍ଦ୍ଦଳି କରି ମନାଉଥିଲା,
ତା ମୁଖ ଦର୍ଶନ ମାତ୍ରେକେ
ଖୁସି ତା ' ସାଥେ ଆରମ୍ଭ ହେଉଥିଲା ।
ସମୟେ ସମୟେ ଏ ଆଖି ତାକୁ ଖୋଜୁଥିଲା
ଝୁରି ଝୁରି ମନ ପୀଡିତ ହେଉଥିଲା,
ତାକୁ ଦେଖିଲେ ଉଜ୍ଜ୍ୱଳ ହୁଏ ନୟନ
ଏପରି ଏକ ମୋର ସ୍ନେହର ସାଙ୍ଗ ଥିଲା ।