ଥିରି ଥିରି ଆସ ରାତ୍ରୀ ଶିଉଳିରେ
ପାଦ ଖସିଯିବ ହେବ କୋଉ କୂଳର
ନିଜେ କେଵେ ଦେଖିଛକି
ନିଜ ରୂପ ଥରେ ଆଇନା ଭିତର
କେତେ ଭଲ ଲାଗ ଗୋଧୂଳି ବେଳାର
କେତେ ଭଲ ଲାଗ ନୀଡ଼ ଫେରିବା ପହର
ପୁଣି ଭଲ ଲାଗ ପ୍ରାର୍ଥନା କାଳର
ଭଲ ଲାଗ ପୁଣି ଧୂପ ଦୀପ ଓ ଝୁଣାର
ସବୁଠୁ ଭଲ ତୁମ କଳା ପରଦାର
ଭିତରେ ବାହାରେ ସ୍ବଛ ଅପାର
ବୁର୍ଖା ତୁମର ଭାରି ସୁନ୍ଦର
ରଙ୍ଗ କଳା ସିନା ଜାଣେ ହୁନ୍ଦର
କଳା ଚଷମା ଫାଙ୍କରେ କିଏ
ଦିଅଁ ଗଢୁ ଗଢୁ କରେ ବାନ୍ଦର
ତୁମେ କିନ୍ତୁ ରଖି ସତ୍ୟ ଶାନ୍ତି ନିଜର
ଶୁଣ ଓଁଙ୍କାର ପ୍ରତି ଘରୁ ଝଙ୍କୃତ ସ୍ୱର
କାହା ବେଣୀରେ ଆସ ଗୋଚର
କାହା କୁନ୍ତଳେ ଦିଶ ସମ୍ଭାର
ବର୍ଷା ଭିତରେ ମେଘ ସଵାରୀରେ
ମୁହଁ ଦିଶେ ତୁମ ଘନ ଅନ୍ଧାର
ସେ ଅନ୍ଧାର ଦିଏ ଆଲୋକ ଅପାର
ସତ୍ୟ ଶିବ ସୁନ୍ଦରଙ୍କର
ନାହିଁ ଅହଙ୍କାର ଏକଦମ ନିରାକାର
ଏଯାବତ ଭାବେ ସନ୍ଧ୍ୟା ସତେ ନବଗୁଞ୍ଜର
ଶାଶ୍ୱତ ପ୍ରେମରେ ସନ୍ଧ୍ୟା ପାରିଜାତ ଧରାର
ବାହାକ କୁହୁକ ଆଲୋକ ଗୋଲକ
ନିଜେ ଶିକ୍ଷା ନିଜେ ଶିକ୍ଷକ ଜଭର ପ୍ରହର
ପ୍ରଶ୍ନ ପଚାରି ହଜାରେ ଥର
ପାଇନି ଏଯାଏଁ ନିଜ ଉତ୍ତର
ତୁମେ ଦେବ କି ନଦେବ କୈଫତ
ତୁମେ ତ ପ୍ରେମିକା ନିଶ୍ଚେ କବିର
ତୁମ ଵିନା କବିତା ବିଧୁରା ଅଧୁରା ଛାର