ଦିନ ସରେ କେତେ ସନ୍ଧ୍ୟା ଆସେ ଯାଏ
ଏମିତିକା ସନ୍ଧ୍ୟା ନୁହେଁ କିଏ
ଆଡପ ମଣ୍ଡପେ କଳା ସୂର୍ଯ୍ୟ ବୋଲାଇ ସିଏ
ତାଙ୍କ ଦର୍ଶନେ ସବୁ ଅନ୍ଧାର ଚାଲିଯାଏ
ଚାଲ ସଖି ଯିବା ଦର୍ଶନ କରିବା ଚତୁର୍ଦ୍ଧା
ସ୍ୱପ୍ନ ପରି ଲାଗେ ଖିଏ
ଶୁକ ଶାରୀ ସ୍ବପ୍ନ ଦେଖିବାର ପୁଣ୍ୟ ଇଏ
ସନ୍ଧ୍ୟା ଦର୍ଶନକୁ ଯାଇ ଅଭଡ଼ା ଖାଇ
ମୋକ୍ଷ ଏ ମଣିଷ ପାଏ
ଭାଗ୍ୟରେ ଥିଲେ ପୁରୀରେ ଜନମ ହୁଏ
ଆମ ସଂସ୍କୃତି ସଂହତି ପରମ୍ପରା ଠାକୁର ଇଏ
ରକ୍ଷାକାର ପୁଣି ସୃଷ୍ଟିକାର ଲଷ୍ମୀ ପରି ପତ୍ନୀ ଯାର
ସିଏ ବ୍ରହ୍ମାଣ୍ଡ କରତା କହେ ସହଜେ ଧରା ନଦିଏ
ପୁଣ୍ୟବତୀ ବୋଲି କୌଶଲ୍ୟା ମାଏ
ରାମ ରୂପେ ପୁତ୍ର ପାଏ
ଦେବକୀ ଯଶୋଦା ହା କୃଷ୍ଣ ହା କୃଷ୍ଣ କହେ
ଯଶୋଦା ମାତା ବିଶ୍ୱରୂପ ଦେଖି ବିସ୍ମିତ ହୁଏ
ଏ କଳି ଯୁଗରେ ସନ୍ଧ୍ୟା ଦର୍ଶନରେ ମୋକ୍ଷ ପ୍ରାପ୍ତି ହୁଏ
ଜାଣିନି ଏଯାଏଁ ମୋକ୍ଷର ଅର୍ଥ ତଥାପି ଖୋଜୁଛି ହାଏ
ବୁଦ୍ଧ ଅବତାର ସତ୍ୟର ଶିକୁଳି କହେ
କଳିର ସାଆନ୍ତ ଶ୍ରୀଜଗନ୍ନାଥ ସନ୍ଧ୍ୟା ଦର୍ଶନ ଦିଏ
ବାହୁଡା଼ ପୂର୍ବରୁ ସନ୍ଧ୍ୟା ଦର୍ଶନ ଜୀବରୁ ପରମାତ୍ମା ଯାଏ
ବହି ଲେଖିଥିବା ବିହି ଦୁଃଖ ରୋଗ ଋଣ ଛାଡ଼ ପାଏ
ସନ୍ଧ୍ୟା ଦର୍ଶନେ ଦାର୍ଶନୀ ଜୟ ହୁଏ
ବର୍ଷକେ ଥରେ ଆଡପ ମଣ୍ଡପେ
ଶ୍ରୀ ବିଗ୍ରହମାନଙ୍କୁ ଦେଖିଛ କି ବନ୍ଧୁ କିଏ
ଚାଲ ଚାଲ ଯିବା ଦର୍ଶନ କରିବା
ହାତଛଡା କଲେ ସୁଯୋଗ ପାଇବ କିଏ