STORYMIRROR

Prakash Sahoo

Inspirational

3  

Prakash Sahoo

Inspirational

ସନ୍ଧ୍ୟା ଆଳତି

ସନ୍ଧ୍ୟା ଆଳତି

1 min
13.8K


ସନ୍ଧ୍ୟା ଆଳତି


 କାଳିଆ ରେ ତୋ ସହ ଦେଖା

ହୁଏ ସେହି ନିର୍ଦ୍ଦିଷ୍ଟ ସମୟରେ

ଗାଈ ପଲ,ପକ୍ଷୀଦଳ ଫେରିବା ବେଳେ

ମୁହଁ ସଞ୍ଜ ପଣତ କାନିରେ

ଗୋଧୂଳି ର ମୂହଗୁଂଜା ପର୍ଵରେ

ସମସ୍ତେ ଯିବା ପାଇଁ ତର ତର

କିନ୍ତୁ ମୋର ଉପସ୍ଥାନ ପଡେ ତୋ ପାଖେ

ଦୁଇ ଆପଣା ଲୋକ ହେଉ ନିକଟତର

ଆକାଶ ଆଉ ମାଟି ମା ର ମଝିରେ


ବାଦଲ ଫାଙ୍କରେ ରୁପା ଥାଳି

ଧରି ପୂର୍ଣ୍ଣିମାର ଜହ୍ନ ଦେଖେ ଆମକୁ

ଖିଲି ଖିଲି ହସିଦେଇ କୁନି ପିଲା ପରି

ମୁହଁ ଲୁଚାଇ ଚାଲିଯାଏ ଆଢୁଆଳ କୁ

ଆକାଶଟା ସାରା ଫୁଟିଯାଏ ତାରାଫୁଲ

ଆଖି ମିଟ ମିଟ କରି ଠାରି ହୁଅନ୍ତି

ଆମ କୁ ଏକାଠି ଦେଖିଲା ପରେ


ମୁଁ ତୋତେ ଏକଲୟରେ ଚାହିଁଥାଏ

ତୋର ଚକା ଆଖି ମୋତେ ଠାରୁଥାଏ

ତୋ ଖଣ୍ଡିଆ ହାତରେ କୋଳେଇବାକୁ

ଠିକ ଏତିକି ବେଳେ ଶିରିଶିରି ପବନ

ଟିକେ ରହି ଆମକୁ ଦେଖେ

ଏତେ ସବୁ ଦେଖିବାକୁ ସମୟ ର

ଅଭାବ ରହିଥାଏ


ତୋ ସଂଧ୍ୟାଆଳତିର

ବେଳ ଯେ ଗଡି ଗାଡି ଯାଏ

ତୁ ଭକ୍ତଙ୍କ ଗୁହାରି ଶୁଣି ଶୁଣି

କ୍ଲାନ୍ତ ହୋଇଯାଇଛୁ ବୋଲି ଧୂପ,ଦୀପ

ର ବନ୍ଦାପନା ଖାଇ ଟିକେ ବିଶ୍ରାମ 

ନେବାକୁ ଗଲା ବେଳେ ମୁଁ ନେହୁରା

ହେଉଥାଏ ତୋ ଛଡା ତୁଳସୀ ପାଇଁ

ତୋର ସନ୍ଧ୍ୟା ଆଳତିରେ....


ଜୟ ଜଗନ୍ନାଥ



ପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational