STORYMIRROR

Binodini Dash

Inspirational

4  

Binodini Dash

Inspirational

ସନ୍ଦେହୀ ପ୍ରିୟତମା

ସନ୍ଦେହୀ ପ୍ରିୟତମା

1 min
5


ସଂସାରଚକ୍ରରେ ଏ ମଣିଷ ଘୂରେ

ପ୍ରେମକୁ କରି ପାଥେୟ

ବିବାହ ବନ୍ଧନ କେବଳ କାରଣ

ନବ ସୃଷ୍ଟିର ଉଦୟ ।


ପ୍ରେମ ପରିଭାଷା ଦାମ୍ପତ୍ୟ ଭରସା

ଜୀବନଟି ମଧୁମୟ

ସନ୍ଦେହୀ ଯେବେ ହେଲା ପ୍ରିୟତମା

ଉଭୟ ମନ ଅଥୟ ।


ସନ୍ଦେହର ଘୁଣ କୋରି କୋରି ଖାଏ

ହୃଦୟ-ବାଉଁଶଟିକୁ

ଅଳପ ଦିନରେ ଭାଙ୍ଗି ଖଣ୍ଡ ଖଣ୍ଡ

ହରାଇ ନିଜ ବଳକୁ ।


ପ୍ରିୟ ମଣିଷଠୁ ଦୂରେଇ ଯିବାକୁ

ସଂକଳ୍ପ କରି ମନରେ

ଦଗ୍ଧୀଭୂତ ହେବା ସାର ହୋଇଥାଏ

ନିତି ଯନ୍ତ୍ରଣା ଜୁଇରେ ।


ପ୍ରିୟାଠୁ ନଶୁଣି ମଧୁର ବଚନ

ପ୍ରିୟ ହୁଏ ଛଟପଟ

ଦିନୁଦିନ ବଢ଼ି କଳିତକରାଳି

ସମ୍ପର୍କରେ ହୁଏ ଫାଟ ।


ପିତାମାତାଙ୍କର ଅଶାନ୍ତି ଝଡ଼ରେ

ସନ୍ତାନଟି କ୍ଷତିଗ୍ରସ୍ତ

ହୁଅଇ ବୃଥା ସେ ବିବାହ ବନ୍ଧନ

ସମ୍ପର୍କଟି ଯେବେ ଅସ୍ତ ।


ରହିଲା କେଉଁଠି ସନ୍ଦେହର ମୂଳ 

ଖୋଳିଲେ ସିନା ତାହାକୁ

ଆପୋଷ ବୁଝାମଣାରେ କାଟି ଦେଲେ

ବଢ଼ିବନି ସେ ଆଗକୁ ।


ଯେବେ ସେ ସନ୍ଦେହ ସତ୍ୟର ଆଭାସ

କରି ମନୋବଳ ଦୃଢ଼

ବୁଝାଏ ପ୍ରିୟକୁ ପ୍ରେମବାରି ସିଞ୍ଚି

ଜିତଇ ହୃଦୟ-ଗଡ଼ ।


ନାରୀଟିଏ ପରା ଜନନୀ ଭଗିନୀ

ଜାୟା ରୂପେ ଅବତୀର୍ଣ୍ଣା

ପତି ସୁହାଗିନୀ ପ୍ରିୟତମା ବନି

ହୁଅଇ କର୍ମ ନିପୁଣା ।


ସନ୍ଦେହର ବିଷ ଧସେଇ ପଶିଲେ

ତାକୁ କରି ଉଦ୍ଗୀରଣ

ଅମୃତ ବାଣୀରେ ପାରିଲେ ତୋଷାଇ

ସୁଖେ କଟିବ ଜୀବନ ।



Rate this content
Log in

Similar oriya poem from Inspirational