STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସ୍ନାନମଣ୍ଡପରେ ଜଗତ

ସ୍ନାନମଣ୍ଡପରେ ଜଗତ

1 min
232


ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ଯେ

 ସ୍ନାହାନ ପୂର୍ଣ୍ଣିମା

ସ୍ନାନ ମଣ୍ଡପରେ ବିଜେ

 ମୋ କାଳିଆ ସୁନା।


କରୁଣାମୟ ଶ୍ରୀହରି

 ଭାଇ ଭଗ୍ନୀ ସାଥେ

ସ୍ନାହାନ କରିବେ ନାଥ

 ହରଷିତ ଚିତ୍ତେ।


ରତ୍ନ ସିଂହାସନ ତେଜି

 ଧାଡ଼ି ପହଣ୍ଡିରେ

ବିଜୟ କରି ଅଛନ୍ତି

 ସ୍ନାନ ମଣ୍ଡପରେ।


ଶହେ ଆଠ ଗରା ପାଣି

 ସୁବର୍ଣ୍ଣ କୂଅରୁ

ଆଣି କରାଇବେ ସ୍ନାନ

 ଆହା କେଡ଼େ ଚାରୁ।


ବଡ଼ଦାଣ୍ଡ ହସୁଥାନ୍ତା

 ଭକତ ମେଳରେ

ଆଜି ତା ନ ହୁଏ ଦୃଶ୍ୟ

 ଶୂନ୍ୟତାରେ ଭରେ।


ଗତ ବର୍ଷ ବିନା ଭକ୍ତେ

 ଏସନ ବି ତାହା

ବୁଝି ମୁଁ ପାରେନା ନାଥ

 ଏକି ତୁମ ମାୟା।


ଏତିକି ଗୁହାରୀ ପ୍ରଭୁ

 ଶ୍ରୀଚରଣେ ତୁମ୍ଭ

ଦୂର କରି ଦିଅ ଦେବ

  ଏ ଘୋର ବିପଦ।

କୋଟି କୋଟି ଭକତଙ୍କ

 ମିନତି ଘେନିବ

ଆର ବରଷକୁ ଭକ୍ତ

 ମେଳରେ ରହିବ।


ତୁମକୁ ନ ଦେଖି ଭକ୍ତ

  ହୁଏ ଛଟପଟ

ହଟାଇ ଦିଅ ଗୋସାଇଁ

 ତୁମ ଏ ଆକଟ।


ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମୋର

  ଏହି ନିବେଦନ

ଭକତ ମେଳରେ ପ୍ରଭୁ

  କରନ୍ତୁ ସ୍ନାହନ।


ଜୟ ହେ ଜଗତ ନାଥ

 ତୁମ୍ଭ ଦୟା ହେଉ

କରନ୍ତୁ ଆଶିଷ ପ୍ରଭୁ

 ଏ ଦୁର୍ଦ୍ଦିନ ଯାଉ

 ହେ ମହାବାହୁ

  ଏ ଦୁର୍ଦ୍ଦିନ ଯାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational