STORYMIRROR

Ashok Kumar Pradhan

Inspirational

3  

Ashok Kumar Pradhan

Inspirational

ସ୍ନାନ ପୂର୍ଣ୍ଣିମା—@shok

ସ୍ନାନ ପୂର୍ଣ୍ଣିମା—@shok

1 min
12.1K

ଜ୍ୟେଷ୍ଠ ଶୁକ୍ଲପକ୍ଷ ପୂର୍ଣ୍ଣମୀ ତିଥି, 

ବିହଙ୍ଗ ଗାଆନ୍ତି ମଙ୍ଗଳଗୀତି

ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି, 

ବେଦ ଧ୍ୱନି ପାରମ୍ପରିକ ନୀତି


ମଞ୍ଚ ସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତି, 

ଦେବଗଣ କରନ୍ତି ପୁଷ୍ପ ବୃଷ୍ଟି

ପହଣ୍ଡି କରନ୍ତି ଦଇତା ପତି, 

ସାତ ପାହଚ ରେ ଟାହିଆ ଲାଗି


କବାଟ ଫିଟାରୁ ଦ୍ୱିପହର ଧୂପ ଆଦି, 

ପ୍ରାରମ୍ଭିକ ସ୍ନାନ ପୂର୍ଣ୍ଣିମା ବିଧି

କୋଠ ସୁଆଁସିଆ ଚାରମାଳ ବାନ୍ଧନ୍ତି, 

କରି ସେନାପଟା ବାହୁଟ ନାଗି


ରାଘବ ଦାସ ମଠ ଘଷା ପନ୍ତି, 

ସ୍ନାନ ବେଦୀରେ ଆସ୍ଥାନ କରନ୍ତି

ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି, 

ସ୍ବର୍ଣ୍ଣ କୂପରୁ ଶହେ ଆଠ ଗରାଟି


ବୈଦିକ ବିଧି ଓ ତାନ୍ତ୍ରିକ ବିଧି, 

ମିଶ୍ରଣ ସୁଗନ୍ଧି ବସ୍ତୁ ତେରଟି;

ପଡେ ନାହିଁ ଅଶୁଭ ଦୁଷ୍ଟ ଦୃଷ୍ଟି, 

ଅଣତୁଠ ପାଣି ତହିଁ ସେଥିକି


ପଞ୍ଚତିରିଶ ଗରା ଜଗା ପାଇଁକି, 

ବଡ ଠାକୁରଙ୍କ ଲାଗି ତେତ୍ରିଶି;

ଦ୍ବାବିଂଶ ଗରାରେ ସୁଭଦ୍ରା ଦେବୀ, 

ଅଷ୍ଟାଦଶେ ସୁଦର୍ଶନ ଶାନ୍ତି


ଗଜବେଶ ଦୃଶ୍ୟେ ଦର୍ଶନ ଦ୍ଯନ୍ତି, 

ବାହୁଡନ୍ତି ଅଣସର ପିଣ୍ଡିକି ;

ମହାପ୍ରଭୁଙ୍କର ଲୀଳା ଏହିିଟି, 

ଧନ୍ୟ ପୁରୀ ଧନ୍ୟ ଓଡ଼ିଶା ମାଟି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational