STORYMIRROR

Abhiram Sahoo

Inspirational

3  

Abhiram Sahoo

Inspirational

ସ୍ନାହାନ ମଣ୍ଡପ

ସ୍ନାହାନ ମଣ୍ଡପ

1 min
13.4K


ମୋ ଆଖିରେ ଲୁହ ଦେଖି

ତୁ ଯେବେ ହେବୁ ସୁଖୀ

ମନା କିଆଁ କରିବି

ଲୁହ ଆଞ୍ଜୁଳାରେ ତୋର

ମୁହଁ ନିତି ଧୋଇବି ।୦।


ସ୍ନାହାନ ମଣ୍ଡପେ ଥରେ

ତୋ ମୂରତି ଦେଖିଲେ

ହୃଦୟ କଳସୀ ମୋର

ଭରିଯିବ ଲୁହରେ

ଭକତି ଚନ୍ଦନ ଗୋଳି

ମଥାରେ ତୋ ଢାଳିବି

ମନା କିଆଁ କରିବି ।୧।


ଗୁଣ୍ଡିଚା ଯାତକୁ ଯେବେ

ପହଣ୍ଡି ତୋ ହୋଇବ

ମୋ ଲୁହ ବରଷା ହୋଇ

ତୋ ଶ୍ରୀଅଙ୍ଗ ଛୁଇଁବ

ସେଇ ସଉଭାଗ୍ଯ ନେଇ

ସୁଖେ ଦିନ କାଟିବି

ମନା କିଆଁ କରିବି ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational