STORYMIRROR

Banasmita Panda

Tragedy Classics

3  

Banasmita Panda

Tragedy Classics

ସମୟର ରୂପ

ସମୟର ରୂପ

1 min
247


ସମୟ

ତୁମର ନାହିଁ ରୂପ

ନାହିଁ ମାପିବାକୁ ମାପକାଠି

ସମୟର ଆଲିଙ୍ଗନ ଭିତରେ

ସଭିଙ୍କ ଅସ୍ତିତ୍ବ

ସମୟ ଘେରରେ ସମସ୍ତେ

ସ୍ରଷ୍ଟା, ଏ ସୃଷ୍ଟି ତଥାପି ଅସମ୍ଭବ

ଆଗ ସମୟ ନା ଆଗ ସ୍ରଷ୍ଟା?

ନାଇଁ ନାଇଁ ସ୍ରଷ୍ଟା କେବେ

ବୟସରେ ଅଧିକ ହୋଇନଥିବେ ସମୟ ଠାରୁ

କାରଣ ,

ସେ ତ ପୁଣି କେଉଁ ଏକ ସମୟରେ

ଆସିଥିବେ ନା ସୃଷ୍ଟିକୁ ସର୍ଜନା କରିବା ପାଇଁ

ବେଳେ ବେଳେ ମନେ ଏ ଭାବନା ଜଗତରେ

କିଛି ଜାଗ୍ରତିତ ଭାବନା

ଲୋକେ କୁହନ୍ତି

"ଛାଡ଼, ଗୋଟେ ଦୁଃସମୟ ଥିଲା "

ସ୍ରଷ୍ଟା ତ ନାଟୁଆ

ସବୁରି ମୂଳ ଆଧାର ସେହି

ତେବେ ସମୟ ର ପରିଣତି କିପରି ଦୁଃସମୟ?

ସେ ଯେ ଶ୍ରେଷ୍ଠ

ବୟୋଜ୍ୟେଷ୍ଠ

କେତେ ସରଳ

କେତେ ନିର୍ମଳ ପ୍ରତିଛବି

ସୃଷ୍ଟି ଆଜି ଅଛି କାଲି ପ୍ରଳୟ

ପୁଣି କେବେ ଆସି ମୁହଁ ଦେଖାଇବ

ହେଲେ ସେ ସମୟ ଭାରୀ ସଚ୍ଚୋଟ

ରହିଛି, ରହିବ

ତାର ନା ଅଛି ଜନ୍ମ ନା ମୃତ୍ୟୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy