ସମୟର ପ୍ରତିହାସ
ସମୟର ପ୍ରତିହାସ


ମନର ଅଶାନ୍ତ ସାଗରରେ
ସ୍ମୃତିର ଅସଂଖ୍ୟ ଜୁଆର
ଭରି ଦିଏ ହୃଦୟ ଅଗଣାରେ
ଭାବନାର ଅନାଵନା କୋହଳ
ଅତୀତର ଅପୂର୍ଣ୍ଣ ଇଚ୍ଛାର ସମାହାର
ବର୍ତ୍ତମାନର ଅଦେଖା ଅଭିଳାଷ
ଭିନ୍ନ ଏକ ମୋଡ଼ରେ ପହଞ୍ଚାଇଲା
ସମୟର ସବୁ ପ୍ରତିହାସ
ଜୀବନ ଜୁଇରେ ଆଜି ଚାଲିଛି
ଅନେକ ପ୍ରତିହାତ
ସମୟ ସଜେଇଛି ଏକ
ମଧୁର ଇତିହାସ ll