Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhishek Behera

Inspirational Others

4.3  

Abhishek Behera

Inspirational Others

ଓଡିଶାର ସ୍ବତନ୍ତ୍ରତା

ଓଡିଶାର ସ୍ବତନ୍ତ୍ରତା

1 min
309


ଜଗତ ସରସେ ଉତ୍କଳ କୋମଳ ତା ମଧ୍ଯେ କେଶର ପୁଣ୍ଯ ନୀଳାଚଳ । ଥିଲେ ଯହିଁ ତହିଁ ଭାରତ ବକ୍ଷରେ ମଣିବି ମୁଁ ଅଛି ଆପଣା କକ୍ଷରେ


ରାଜ୍ଯମାନଙ୍କ ମଧ୍ଯରେ ସୁପ୍ରତିଷ୍ଠିତ ରାଜ୍ଯ ଭାବରେ ଓଡିଶା ବିଶ୍ବଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ଓଡିଶାର ଚତୁଃପାର୍ଶ୍ବରେ ନଦୀ, ନାଳ, କ୍ଷେତ, ସବୁଜବନାନୀ ତାର କାୟା ବିସ୍ତାର କରିଛି ।


ମହାନଦୀ, କାଠଯୋଡି, ବୈତରଣୀ, ବ୍ରାହ୍ମଣୀ, ଚିତ୍ରତ୍ପୋଳା, ମହେନ୍ଦ୍ରତନୟା ଏବଂ ଦୟା ଭଳି ନଦୀ ଏ ରାଜ୍ଯର ମୁଖଶାଳା । ପୃଥିବୀ ପ୍ରସିଦ୍ଧ କୋଣାର୍କ ମନ୍ଦିର ଏବଂ ଜଗତର ନାଥ ଜଗନ୍ନାଥଙ୍କ ଧାମ ନୀଳାଚଳଧାମ ଅନୁପମ କଳାର ଅଧିକାରୀ ।


ପିପିଲି, ଚିନ୍ଦୁଆ, କଟକନଗର ରୂପା ତାରକସି କାମ, ସମ୍ବଲପୁର ଶାଢୀ ପାଇଁ ଓଡିଶାର ନାମ ସାରା ବିଶ୍ବରେ ବିଖ୍ୟାତ ।

ହୀରାକୁଦ ଜଳଭଣ୍ତାର, ଚିଲିକାର ହ୍ରଦଭରା ନୀଳଜଳ, ଶିମିଳିପାଳ ଅଭୟାରଣ୍ଯ ଜନ୍ତୁଙ୍କର ଲୀଳାଖେଳା ଏ ଓଡିଶା ମାଟି ।


ଆଜି ଶୂକଦେଇଙ୍କ ପରି ବୀରାଙ୍ଗନା ଏବଂ ଖାରବେଳଙ୍କ ଗାଥା ଓଡିଶାର କୀର୍ତ୍ତିମାନ ଗୌରବକୁ ପ୍ରତିପାଦିତ କରୁଛି ।

ଚଣ୍ତାଶୋକରୁ ଧର୍ମାଶୋକକୁ ରୂପାନ୍ତରିତ କରି ଓଡିଶା ତା ଇତିହାସରେ ଏକ ଗୌରବମାନ ଇତିହାସ ଯୋଡିଦେଇଛି ।


ଓଡିଶାର ମାତୃଭାଷା ସୁନ୍ଦର ମଧୁର ଓଡିଆ ଭାଷା ଯାହା ଆଜି ଯଶକୀର୍ତ୍ତିରେ ଶିଖରସ୍ଥାନ ଛୁଇଁପାରିଛି ଏବଂ ଓଡିଶାକୁ ମହିମାନ୍ବିତ କରିଛି ।


Rate this content
Log in

Similar oriya poem from Inspirational