STORYMIRROR

Abhishek Behera

Tragedy

3  

Abhishek Behera

Tragedy

ଦଗ୍ଧ କଳିକା

ଦଗ୍ଧ କଳିକା

1 min
210

ଆଲୁଅ ଚଲା ବଉଦର ରୂପ ପ୍ରୀତିମୟ ମନର ବଉଦ କଳା |

ପ୍ରେମର ବଉଦ ଡରି ଡରି ଘୂରେ ଇଚ୍ଛାର ବଉଦ ମେଲା

ଆଶାର ଶବଦ ସୁନ୍ଦରତର ସତର ଶବଦ ଶୁଭ

ଗୀତର ଶବଦ ମଣିଷର ଭାଷା ମନର ଶବଦ ଭାବ


ପୀରତି ନୀରବ ରତି କଳରବ ଚାନ୍ଦ ଚରିତ ନଷ୍ଟ

ମାଇପ କଟାଳ ଡଉଲଡାଉଲ ମା’ କଥା କଷ୍ଟ 

ଛଳନାର ଛବି ଛାପଛାପିକା ଲୋ ନିରିମାଖୀ ରଙ୍ଗ ଗୋରା

ଅହିସୁଲକ୍ଷଣୀ ଅପରଛନିଆ ପରନାରୀ ଦିଶେ ତୋରା


ମିଛ ସଜାଡ଼ିବା ଅଡ଼ୁଆ ସୂତା ଲୋ ସତ ମନେ ରହେ ଛାଆଁ

ହଜିବାକୁ ସିନା ମନଟିଏ ଲୋଡ଼ା ଲୁଚିଲେ ଦୁଶେ ନାଁ 

ଗୋଟିଏ ପଦରେ ହୃଦ ପୁରିଯାଏ ଆର ପଦେ ମରେ ଅଧା

ପଥ ଚାଲୁଥାଏ ଅଙ୍କାବଙ୍କା ହୋଇ ପଥିକ ଚାଲଇ ସିଧା


ଆନଉଳି ସୋଗ ସାବତ ମା’ର-ମା ଦେଖାଏନି ସୋଗ

ଠାକୁରଙ୍କୁ ଦେଖି ଚିହ୍ନି ତ ପାରୁନା ଅସୁର ହାବୁଡ଼ୁ ଆଗ

ବିଗତ ପ୍ରେମିକା ଭେଟଘାଟ ହେଲେ କେ କାହାକୁ ଭାବେ ଦୋଷୀ

ଓଠ ଥରୁଥାଏ ମନ ଝୁରୁଥାଏ ଆଖି କଥା କହେ ବେଶି

ଆଲୁଅ ଛାଇର ମଧୁଚନ୍ଦ୍ରିକା ବିତାନ ତଳେ ତ ସିଏ

ଦଗ୍ଧ କଳିକା ଅଙ୍ଗାର ତଳୁ ଫୁଲ ଫୁଟେଇବ କିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy