ସମୟର ଆହ୍ବାନ
ସମୟର ଆହ୍ବାନ


ମନେ ଆମ ଥିଲା ଅହଂକାର ଭରା
ତା ସହ ଅବୁଝାପଣ
ଗୁରୁ ଗୁରୁଜନ ମାନିଲେନି କିଛି
ଦେଖାଇଲେ ମିଛ ଟାଣ ,
ଧାଇଁ ଥିଲେ ଆମେ ପ୍ରବଳ ବେଗରେ
କେତେ କ'ଣ ମନେ ଭାବି
ଭୁଲି ଯାଇଥିଲେ ସେଇ ବିଧାତାଙ୍କୁ
ଯା ପାଶେ ସୃଷ୍ଟିର ଚାବି ,
ଉନ୍ନତି ନାଆଁ ରେ ଅବନତି କଲେ
ଧ୍ୱଂସ କଲେ ପରିବେଶ
ଶେଷରେ ପ୍ରକୃତି ତାଣ୍ତବ ରଚିଲା
ଓଠରୁ ହଜିଲା ହସ ,
ହଠାତ୍ ଆସିଲା କୋରନା କେଉଁଠୁ
ଗୃହବନ୍ଦୀ ହେଲେ ସବୁ
ଲକ୍ ଡାଉନ୍ ସାଥେ ସଟ୍ ଡାଉନ୍
କଲା
ଦୁନିଆକୁ କାବୁ ,
ଇଚ୍ଛା କେତେ ଥିଲା ଛୁଟି କାଟିବାକୁ
ସାଙ୍ଗ ସାଥି ମେଳେ ବସି
ଛୁଟି ତ ମିଳିଲା ଏମିତି ସର୍ତ୍ତରେ
ପାରିଲେନି କେହି ହସି ,
ପୁର ପଲ୍ଲୀ ଠାରୁ ସହର ନଗର
ଖେଳି ଗଲା ନିରବତା
ଜୀବନ ହୋଇଲା ସତେକି ମହଙ୍ଗା
ବାକି ସବୁ ହେଲା ଶସ୍ତା ,
ଏବେ ମଧ୍ୟ ଅଛି ହାତରେ ସମୟ
ଦୁନିଆ ଗଢିବା ଆସ
ଭୁଲ ସୁଧାରିବା ବେଳ ଥାଉଁ ଥାଉଁ
ନିଜେ ମାନି ନିଜ ଦୋଷ ......!!!