STORYMIRROR

Ch Loknath Reddy

Fantasy Inspirational Children

3  

Ch Loknath Reddy

Fantasy Inspirational Children

ସମୟ ସତର୍କ

ସମୟ ସତର୍କ

1 min
186


ଉଠ ଉଠ ଆହେ ନରନାରୀଗଣ

ଶୋଇବ କି କେତେ ଦିନ,

ଶୋଇ ଶୋଇ ଆରେ କେତେଦିନ ଗଲା

ବହୁ ହେଲେ ହେବ ଦୀନ ||

ସମୟ ଅଟଇ ଅତି ମୂଲ୍ୟବାନ

ନଷ୍ଟ କରନାହିଁ ଜାଣି

ଜାଣି ଜାଣି କାହିଁ କର ଅବହେଳା

ବୁଝିଯାଅ ମୋର ବାଣୀ ||

ଶୁଣ ଶୁଣ ଆହେ ଭ୍ରାତା ଓ ଭଗିନୀ

ସମୟଟି ମୂଲ୍ୟବାନ

ଭାବି ଚିନ୍ତାକରି କର୍ମ କରୁଥାଅ

ସମୟ ଅଟେ ମହାନ ||

ଆଜିର ସମୟ କାଲି ଆସିବନି

କରନାହିଁ ଅବହେଳା

ସମୟ ଚକ୍ରରେ ହାର୍‌ ସ୍ୱଭାବିକ

ବୁଡ଼ିବ ସଭିଙ୍କ ଭେଳା  ||

କେବେ ଭାବିବନି ସମୟ ତୁମର

ଅଟଇ ନିଜ ଅଧୀନ

କେବେ ମିଳିବନି ଗତ ସମୟଟି

ଅଟଇ ସଦା ସ୍ୱାଧୀନ ||


Rate this content
Log in

Similar oriya poem from Fantasy