STORYMIRROR

Bibhuti Bhusan Mohanty

Tragedy

4  

Bibhuti Bhusan Mohanty

Tragedy

ସମୟ ଓ ମୋ ଜୀବନ

ସମୟ ଓ ମୋ ଜୀବନ

1 min
314

ଭାଗଦୌଡ଼ ଭରା ଏ ଜୀବନରେ,

କେବେ ଜୀବନ ମୋର ସକାଳରୁ ସଂଜରେ ପରିଣତ ହେଇଗଲା...

ଜଣା ପଡିଲାନି...

କାଲି ପର୍ଯ୍ୟନ୍ତ ଯେଉଁ ପଡ଼ିଆରେ ମୁଁ ଖେଳୁଥିଲି,

ଆଜି ସେଇ ପଡିଆ ନିଲାମ ହୋଇଗଲା,

ଜଣା ପଡ଼ିଲାନି...

କେବେ ନିଜ ସ୍ୱପ୍ନ ପୂରଣ ପାଇଁ

ସ୍ୱପ୍ନର ଘର ଛାଡ଼ିଦେଲି,

ଜଣା ପଡିଲାନି...


ଆତ୍ମା ମୋର ପିଲାଦିନରେ ଅଟକି ଯାଇଛି,

ବାସ ଖାଲି ଶରୀର ଟା ଯବାନ ହେଇଯାଇଛି

ଗାଁ ରୁ ବହାରିଥିଲି,

କେବେ ସହର ଆସିଗଲା

ଜଣା ହିଁ ପଡିଲାନି।।

ଖାଲି ପାଦରେ ଦୌଡୁଥୁବା ପିଲା

କେବେ ବାଇକ, କାର୍ ଚଲେଇବା ଶିଖିଗଲା...

ଜଣା ହିଁ ପଡିଲାନି।।


ଜୀବନର ପ୍ରତ୍ୟେକ କ୍ଷଣକୁ ଉପଭୋଗ କରିବାଵାଲା ପିଲା

କେତେବେଳେ ଜୀବନ ଜୀଇଁବା ଭୁଲିଗଲା,

ଜଣାପଡ଼ିଲାନି।।

ଶୋଇଥିଲି ମାଆର କୋଳରେ ନିଶ୍ଚିନ୍ତ ନିଦ୍ରାରେ....

କେବେ ନିଦ ମୋର ଉଡ଼ିଗଲା

ଜଣାପଡ଼ିଲାନି

ଏକ ସମୟ ଥିଲା ଯେବେ ସାଙ୍ଗ ମାନଙ୍କ ସହ ଖୁବ ମସ୍ତି କରୁଥିଲି

ଏବେ ସେମାନେ କୋଉଠି ହଜିଗଲେ

ଜଣା ପଡିଲାନି...


ଦାଇତ୍ୱର ବୋଝ ମୋତେ କେବେ ଦଇତ୍ୱବାନ ବନେଇଦେଲା

ଜଣା ହିଁ ପଡିଲାନି....

ପୁରା ପରିବାର ସହ ରହୁଥିବା ପିଲା

କେବେ ଏକା ରହିବା ଶିଖିଗଲା,

ଜଣା ହିଁ ପଡ଼ିଲାନି...

 ମାଇଲ ମାଇଲ ରାସ୍ତା କେବେ ପାରି ହେଇଗଲି

ଆଉ ଜୀବନର ଏ ଅଙ୍କାବଙ୍କା ରାସ୍ତାରେ କେବେ ଷ୍ଟପ୍ ଲେଖା ଦିଶିଗଲା,

ଜଣା ହିଁ ପଡିଲାନି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy