ସମୟ ହଜିଛି
ସମୟ ହଜିଛି
ସମୟହଜିଛି ବାଜିଆ ମରିଛି
ସ୍ମୃତି ତା ଏବେ ଜୀବନ୍ତ
ବାରବରଷର ନିର୍ଭିକ ବାଳକ
ଅତୁଳନୀୟ ବୀରତ୍ୱ।
ଗୋରାଙ୍କ ଗୁଳିରେ ଟଳିଗଲେ ସିନା
ନଦୀ ନକରିଲା ପାର
ସାକ୍ଷୀତ ବ୍ରାହ୍ମଣୀ ନଦୀଘାଟ ଆଉ
ଗ୍ରାମ ନୀଳକଣ୍ଠପୁର।
ବାଜିଆ ହୋଇଛି କନିଷ୍ଠ ସଂଗ୍ରାମୀ
ଦୁଃସାହସିକ କାହାଣୀ
କେତେ ଛାତ୍ର ଛାତ୍ରୀ ଯୁବକ ପ୍ରାଣରେ
ଦେଇଛି ପ୍ରେରଣା ବାଣୀ।
ମାତୃଭୂମି ପାଇଁ ତାର ବଳିଦାନ
ରହିବ ଅଲିଭା ହୋଇ
ଛୋଟ ବାଳକର ବିରାଟ ଦାନରେ
ମଥା ଆମ ଯାଏ ନଇଁ।
ଅକ୍ଟୋବର ମାସ ଏଗାର ତାରିଖ
ତାଙ୍କ ଶହୀଦ ଦିବସ
ଆସ ଆସ ସର୍ବେ ତା ଗୁଣ ସୁମରି
ସାବାସି ଦେବା ସାହସ।
