STORYMIRROR

Bijoy Jena

Inspirational Others Children

3  

Bijoy Jena

Inspirational Others Children

ସମୟ ହଜିଛି

ସମୟ ହଜିଛି

1 min
390

ସମୟହଜିଛି   ବାଜିଆ ମରିଛି

   ସ୍ମୃତି ତା ଏବେ ଜୀବନ୍ତ

ବାରବରଷର    ନିର୍ଭିକ ବାଳକ

    ଅତୁଳନୀୟ ବୀରତ୍ୱ।


ଗୋରାଙ୍କ ଗୁଳିରେ ଟଳିଗଲେ ସିନା

     ନଦୀ ନକରିଲା ପାର

ସାକ୍ଷୀତ ବ୍ରାହ୍ମଣୀ  ନଦୀଘାଟ ଆଉ

    ଗ୍ରାମ ନୀଳକଣ୍ଠପୁର।


ବାଜିଆ ହୋଇଛି   କନିଷ୍ଠ ସଂଗ୍ରାମୀ

    ଦୁଃସାହସିକ କାହାଣୀ

କେତେ ଛାତ୍ର ଛାତ୍ରୀ ଯୁବକ ପ୍ରାଣରେ

   ଦେଇଛି ପ୍ରେରଣା ବାଣୀ।


ମାତୃଭୂମି ପାଇଁ    ତାର ବଳିଦାନ

    ରହିବ ଅଲିଭା ହୋଇ

ଛୋଟ ବାଳକର  ବିରାଟ ଦାନରେ

    ମଥା ଆମ ଯାଏ ନଇଁ।


ଅକ୍ଟୋବର ମାସ   ଏଗାର ତାରିଖ

     ତାଙ୍କ ଶହୀଦ ଦିବସ

ଆସ ଆସ ସର୍ବେ  ତା ଗୁଣ ସୁମରି

    ସାବାସି ଦେବା ସାହସ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational