STORYMIRROR

Manorama Mohanty

Abstract

2  

Manorama Mohanty

Abstract

ସ୍ମୁତି ତର୍ପଣ

ସ୍ମୁତି ତର୍ପଣ

1 min
244

ଧନ୍ୟ ତୁମେ ରକ୍ତ ତୀର୍ଥର ମାଟି!

ଛାତିରେ ତୁମରି ଧାର ଧାର ବହେ 

ଓଡ଼ିଆ ପୁଅର ଉଷ୍ମ ରକ୍ତର ତାତି

ନିଜ ଜାତି ଦେଶ ଦାବି ସାବ୍ୟସ୍ତର 

ତୁମେହିଁ ଅମରାବତୀ 

ତୁମରି ବକ୍ଷରେ ଛିଡା ହୋଇଅଛି 

କୋଟିଏ ଯୁଗକୁ ସହିଦର କଳାକୃତି

ଇରମର ସେହି ପୂଣ୍ୟଭୂମିରେ 

ନିର୍ବାକ ସ୍ତମ୍ଭ ସାଉଁଟି ସ୍ମୃତି 

ଦହନର ଜ୍ୱାଳା ସହି ଯାଇଥିବା 

ଲୋହ ମାନବର ଅପାର ଶକ୍ତି

କେତେ କାହା ନାମ, ତାରିଖ ସଂଖ୍ୟା 

ଭିତ୍ତିପ୍ରସ୍ତର ରେ ହୋଇଛି ଲେଖା 

ହାୟ ହତଭାଗ୍ୟ କାହିଁରେ ସୌଭାଗ୍ୟ 

କରିବାକୁ ପ୍ରିୟଜନକୁ ଦେଖା

ସ୍ମୃତି ହେଇଗଲତୁମେ ଅନ୍ଧାରିମୁଲକେ 

ଝରାଫୁଲ ହେଇ ଝରି ଯିବାର 

ସ୍ମୃତି ସେହି ଇରମର କରୁଣ କାହାଣୀ 

ଲିପିବଦ୍ଧ ଲେଉଟା ପୃଷ୍ଠାର

ସ୍ମୃତି ଏକ ଅପାସୋରା ଦୁର୍ବିସହଦୁଃଖ 

ଜୀବନ ସଂଘର୍ଷର

ସ୍ମୃତି ସିଏ କରୁଣତ୍ବରପ୍ରତିଧ୍ୱନିରହୁଙ୍କା

ଗୁଳି ଗୋଳାଶବ୍ଦ ର 

ସ୍ମୃତି ଯାହା ଧୋ ଧୋ ଖରାବେଳେ 

ଅମାନବୀୟ ଅତ୍ୟାଚାରର

ସ୍ମୃତି ସେହି ପତ୍ରଝଡାବରଗଛ ଛାଇର 

ବସିଥିବା ଅଶ୍ରୁଳ ମଣିଷର 

ସ୍ମୃତି ହେଇ ରହିଗଲ ବର୍ଷାଭିଜା ରାତି 

ବାସି ଫୁଲ ସକାଳର

ତୁମେ ସିନା ନିରବରେ ଶୋଇଗଲ 

ଇରମ ର ପୁଣ୍ୟ ବେଦୀର 

ବାକି ଖାଲି ଆଜି ଶୁଣୁଛି ଏ ଜାତି

କରୁଣ କାହାଣୀ ତୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract