STORYMIRROR

KSHIRADRI SAHU

Inspirational

4  

KSHIRADRI SAHU

Inspirational

ସମୁଦ୍ରର ଯନ୍ତ୍ରଣା

ସମୁଦ୍ରର ଯନ୍ତ୍ରଣା

1 min
163


      

                    ସମୁଦ୍ର ତାର ବିରାଟ ଗର୍ଭ

          ଅସୁମାରୀ ତା'ର ନୀଳ ତରଙ୍ଗ

                ସୁବିଶାଳ ତା'ର ପ୍ରସାରିତ ଶରୀର

       ତା ଗର୍ଭରେ ସାଇତିଛି ଅଗଣିତ ଜୀବ

                ଖଞ୍ଜି ଖଞ୍ଜି ରଖିଛି ପ୍ରତେକ ଜୀବର

          ଜୀବନ୍ୟାସର ମନ୍ତ୍ର ,

          ତଥାପି ତା'ର ଯନ୍ତ୍ରଣା !

          କୋଟି କୋଟି ଲୋକଙ୍କର ବଞ୍ଚିବାର ଭରସା

     ଅତି ରମଣୀୟ ତା'ର ମଣି ମୁକ୍ତା ଭରା ଗର୍ଭ

ଭସାଇ ନେଇଛି କେତେ ପୁରାଣ ବର୍ଣ୍ଣିତ ରାଜ୍ୟ

        ଲୀନ ହୋଇଯାଇଛି ସୃଷ୍ଟି ସ୍ରଷ୍ଟାଙ୍କର ଦ୍ୱାରିକା 

ଗର୍ଭରେ କ୍ଷେପଣ କରିଛିତ୍ରେତୟାର ରାମସେତୁ, 

ତଥାପି ତା'ର ଯନ୍ତ୍ରଣା !

ସୃଷ୍ଟି କରିଛି ତା'ର ନାଭିରୁ ସୁନାମିର ଆର୍ତ୍ତନାଦ 

       ଉଜାଡି ଦେଇଛି ଓଡିଶାର ଏରସମା 

ଧ୍ୱଂସମୁଖୀ କରୁଛି ବୈଷୟିକ ଜାପାନ ନଗରୀ 

       ତଥାପି ଥମିନି ସେ 

ତା'ର କରାଳ ଗର୍ଭକୁ ଉନ୍ମୁକ୍ତ ରଖିଛି

     ଉତ୍ତର କୋରିଆର କ୍ଷେପଣାସ୍ତ୍ର ପାଇଁ

ତଥାପି ତା'ର ଯନ୍ତ୍ରଣା !

କବିର କାବ୍ୟିକ ଭାଷାରେ ସାଜିଛି ସାହିତ୍ୟ

     ମନୋବିଜ୍ଞାନୀ ଭାଷାରେ ସେ ଉଦାର ହୃଦୟ

ବୈଜ୍ଞାନିକମାନଙ୍କ ମତରେ ସେ ଯେ ବିଜ୍ଞାନ 

    ଭୌଗୋଳିକ କୁହନ୍ତି ଏକମାତ୍ର ସେ ଯେ ଭୂଗୋଳ 

ଦର୍ଶନତତ୍ତ୍ୟରେ ସେ ନିଜେ ଦାର୍ଶନିକ 

  ଅର୍ଥନୀତିରେ ସେ ଅର୍ଥ ଉପାର୍ଜନର ଏକମାତ୍ର ମାଧ୍ୟମ 

ତଥାପି ତା'ର ଯନ୍ତ୍ରଣା !

ପଞ୍ଚଭୂତ ମଧ୍ୟରେ ସେ ଜଳ, ବାୟୁଆଲୋକ,ଆକାଶ ଓ ଅଗ୍ନି

ସ୍ୱାଦରେ ସବୁଠୁ ସ୍ୱାଦିଷ୍ଟ ଲବଣ

    ଗ୍ରୀଷ୍ମକାଳେ ଉପୁଜାଏ ସାମୁଦ୍ରିକ ବାୟୁ

ବର୍ଷା ଋତୁରେ ସୃଷ୍ଟି କରେ ଛୋଟବଡ ଲଘୁଚାପ 

ତଥାପି ତା'ର ଯନ୍ତ୍ରଣା !

ତା'ର ଏ ଯନ୍ତ୍ରଣା କୋହ ଫଟାଇ ନିର୍ଜନତାକୁ ଭଙ୍ଗକରେ

କୁଳୁକୁଳୁ ଶବ୍ଦ କରି ବାହୁନି କାନ୍ଦେ

କାହିଁକି ନା.....

ସେ ନୀଳ ଦିଗବଳୟକୁ ଛୁଇଁପାରେନା

   ପୃଥିବୀକୁ ଛୁଇଁଦେଇ ସ୍ଥାୟୀ ଭାବେ ରହିପାରେନା

ପୌରାଣିକ ଭାଷାରେ ଲକ୍ଷ୍ମୀଙ୍କର ଜନକ ହୋଇମଧ୍ୟ 

  ତାଙ୍କର ସେ ପ୍ରିୟ ଫୁଲ ପଦ୍ମକୁ ଧାରଣ କରି ବି ପାରେନା ।

ପୂର୍ଣ୍ଣିମା ରାତିର କୋମଳ ପରଶକୁ

   ଜୁଆରର ଶବ୍ଦରେ ସ୍ଥିର ହୋଇ

              ଉପଭୋଗ କରି ବି ପାରେନା । 

ଖାଲି ଯନ୍ତ୍ରଣା ହିଁ ଯନ୍ତ୍ରଣା ।।


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational