STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ସ୍ମୃତିରେ ତହର

ସ୍ମୃତିରେ ତହର

1 min
376

ମନଟି ଆକୁଳ ହୃଦୟେ ଯନ୍ତ୍ରଣା

   ଅତି କଷ୍ଟକର ସ୍ଥିତି,

ଦର୍ଶନ କାଳିଆ କରିନାହିଁ ମୁହିଁ

   ସ୍ମୃତିରେ ଅଥୟ ମତି।


ଭଲ ଲଗୁ ନାହିଁ ଗୃହସ୍ତାଶ୍ରମଟି

  ନାହିଁ ଜୀବନରେ ଖୁସି,

ସ୍ମୃତିରେ ଦୁଖିତ ମନପ୍ରାଣ ମୋର

  ବିତୁଛିଟି ଦିବା ନିଶି।


ଦୟାନିଧି ପ୍ରଭୁ ଅତି ଦୂରେ ଘର

  ଜନ୍ମଟି ବିଚ୍ଛନ୍ନାଚଳେ,

ଝାଡ଼ଖଣ୍ଡ ରାଜ୍ୟେ ଗୃହଟି ଆମର

  ଭକ୍ତିଟି ଚରଣ ତଳେ।


ଭକ୍ତ ତୋର ପ୍ରଭୁ ଅତିହିଁ ଗରୀବ

  ସମ୍ଭବ ନାହିଁ ଯିବାରେ,

ବଡ଼ଦେଉଳ ଟି ଦିଶୁଛି ଚକ୍ଷୁରେ

  ଦିଶୁଛୁ ପ୍ରଭୁ ନେତ୍ରରେ।


ମନୁଷ୍ୟ କର୍ତ୍ତବ୍ୟ ତହରି ନିର୍ଦ୍ଦେଶେ

  ପୂର୍ଣ୍ଣ କରୁଅଛି ମୁହିଁ,

ପିତୃମାତୃ ସେବା ଗୁରୁଜନ ଭକ୍ତି

  କରୁଅଛି ନିତ୍ୟେ ମୁହିଁ।


ଅଶ୍ରୁ ପଛୁ ଅଛି ଦୁଃଖୀ ଜନଙ୍କର

  କରୁଅଛି ଜନସେବା,

ରାଷ୍ଟ୍ର ପ୍ରେମ ରଖି ରାଷ୍ଟ୍ର ସେବୁ ଅଛି

  କରୁଛି ଶ୍ରଦ୍ଧାରେ ସେବା।


ହେଳା କରି ନାହିଁ କର୍ତ୍ତବ୍ୟ ପଥରେ

  ଚରଣେ ରଖିଛି ଭକ୍ତି,

ଦୂର ରାଇଜରୁ ଭକ୍ତି ରଖି ଅଛି

  ଦିଅ ନିରନ୍ତରେ ଶକ୍ତି।


ସ୍ମୃତି ମାତ୍ର ପ୍ରଭୁ ଯିବି ପୁରୀ ଧାମ

  ଦେଖିବି ବଡ଼ଦେଉଳ,

ସାକ୍ଷାତେ ଛୁଇଁବି ତପଦ ଯୁଗଳ

  ମନ ହେବ କୁତୁହଳ।


ବଙ୍ଗ ସାଗରରେ ଡୁବୁକି ଦେବି ମୁଁ

  କରୁଥିବି ଧ୍ୟାନ ତତେ,

ପାପ ସବୁ ତହିଁ ଧୋଇ ହୋଇ ଯିବ

  ସ୍ମୃତି କରୁ ଥିବି ତତେ।


ନୀଳଚକ୍ର ବାନା ଉଡେ ଅନୁକ୍ଷଣ

  ଦେଉଛି ଭକ୍ତି ସନ୍ଦେଶ,

ଲକ୍ଷ୍ମୀ ଠାକୁରାଣୀ ମନ୍ଦିର ତହିଁରେ

  ଦେଉଛି ପ୍ରଭୁ ସନ୍ଦେଶ।


ସ୍ମୃତିରେ ରହିଛି ଦେଖିବାକୁ ମନ

  ତୋର ସ୍ୱର୍ଗ ଦ୍ୱାର ନୀଳ,

ଦହନ ସେଠାରେ ମୃତ୍ୟୁ ପିଣ୍ଡ ସବୁ

  ଦେଖିବି ତାହରି ନୀଳା।


ପୂର୍ଣ୍ଣ କର ସ୍ମୃତି ପ୍ରଭୁ ଜଗନ୍ନାଥ

  ଗୁହାରି ଏତିକି ମୋର,

କୃପାସିନ୍ଧୁ ପ୍ରଭୁ ଦିଅ ଆଶିର୍ବାଦ

  ଭକ୍ତି ରହୁ ନିରନ୍ତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational