STORYMIRROR

Gitanjali Pujapanda

Inspirational

3  

Gitanjali Pujapanda

Inspirational

ସ୍ମୃତିର ବାଲିଘର

ସ୍ମୃତିର ବାଲିଘର

1 min
173

ସ୍ମୃତିର ବାଲିଘର ଅତି ଯତ୍ନରେ 

ତୋଳା ସାରିଲା ପରେ ସମୁଦ୍ରର ଜୁଆର

ପରି ଅନାବନା ଭାବନା ଆସି 

ଭାଙ୍ଗି ଦେଇଯାଏ ତାକୁ ।


କିଛି ସ୍ମୃତି ରହିଯାଏ ଜୀବନ୍ତ ହୋଇ

ମନ ମଧ୍ୟରେ ଆଉ କିଛି ସ୍ମୃତି

ଗଢ଼ା ହେଉ ହେଉ ଉଜୁଡିଯାଏ

ଦୁଃଖ ଯାତନାର ସୁଅରେ।


ସ୍ମୃତି ଭାବନା ଯେ ସୁଖଦୁଃଖ 

ହସ ଆଉ ଆଖିରୁ ଝରୁଥିବା 

 ପ୍ରତ୍ୟେକ ଲୁହବିନ୍ଦୁର।

ସ୍ମୃତି ଜୀବନରେ ଘଟିଯାଉଥିବା 

 ଘଟଣାମାନଙ୍କର ପ୍ରତିଛବି ।


କେତେ ବେଳେ ସ୍ମୃତି ଯାତନା ଦିଏ

ଆଉ କେତେବେଳେ ପ୍ରବଳ ଖରାରେ 

ପାଣି ଟୋପାଏ ।

ଜୀବନ ମିଠା ସ୍ମୃତିରୁ କିଛି ନେଇ

ବଞ୍ଚି ହେଇଯାଏ !!


ଆଉ କେତେବେଳେ ସେହି ସ୍ମୃତି

ଜୀବନକୁ ଅସ୍ତବ୍ୟସ୍ତ କରିପକାଏ!!

ସ୍ମୃତିର ବାଲି ଘରକୁ ଝଡ଼ର ଭୟ

ଥାଏ ଯାହା ଆସିଲା ପରେ 

ଜୀବନ ବଦଳି ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational