STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ସ୍ମୃତି

ସ୍ମୃତି

1 min
177


ସ୍ମୃତି ଫରୁଆରେ ମୋତି

ସ୍ନେହ ଶ୍ରଦ୍ଧା ଆଉ ପ୍ରିତୀ

ମାନ ସମ୍ମାନ ଅଭିମାନ

ଯୌବନର ଦହନ କମ୍ପନ

ସାଇତା ଫରୁଆରେ କୃତି

ଜୟ ବିଜୟ ଅବା ପରାଜୟ

ଶିକ୍ଷା ଦୀକ୍ଷା ନୀତି ସଂସ୍କୃତି

ହୃଦୟ ଫରୁଆ ସ୍ମୃତି

ଅଫିଟା ଫରୁଆରେ କେବେ ଭୀତି

ପୁଣି ଥାଏ ସ୍ମୃତି ସରହଦ ଜାଗୃତି

ଟିକିଏ ସ୍ନେହ ଚିମୁଟେ ଶ୍ରଦ୍ଧା

ରଖେ ସେ ଫରୁଆ ସାଇତି

କେବେ ଜଳେ ହୃଦୟରେ

ଅବା ମାନସ ପଟରେ କେବେ କେମିତି

ଜୁଇକି ଯିବା ପୁର୍ବରୁ ଲିଭେନା ସ୍ମୃତି ବତୀ

ଅଜାଣତରେ କୁଇରେ ଜଳେ ସେ

ନିଜ ସାଥେ ଯାଏ ସେତିକି ସ୍ମୃତି ପୋଥି

ଏକାନ୍ତ ନିଜର ଆପଣାର ଅତି ହୁଏନା ଇତି

ଭାଗ ନାହିଁ କାର ସେତିକି ଶ୍ରେଷ୍ଠ ସମ୍ପତ୍ତି

ଶୁଣିବା ଲୋକର ଧାର୍ଯ୍ୟ ଥାଏ ଯଦି

କେବେ ଖୋଲି ଦେଇ ସ୍ମୃତି କହୁଥାଏ ସାଥୀ

ତୁମେ ମୋ ସଜୀବ ସିଏ ତ ନିର୍ଜୀବ

ଦୁହେଁ ଏକାନ୍ତ ନିଜର ହେବନି ବାଣ୍ଟି ସମ୍ପତ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract