STORYMIRROR

Sandhyarani dash

Tragedy

4  

Sandhyarani dash

Tragedy

ସ୍ମୃତି

ସ୍ମୃତି

1 min
401

ଆଦ୍ୟ ଆଷାଢ଼ର ପହିଲି ସ୍ପର୍ଶର

ସ୍ମୃତି ତୁମେ ଫେରି ଆସ

କେବେ ତୁମେ ପୁଣି ଗୋଲାପି ଓଠରେ

ମୁରୁକି ମୁରୁକି ହସ।


ଦୁଃଖର ଯୁଇରେ ଜଳି ଜଳି ଯାଏ

ପାଉଁଶ ତଳର ନିଆଁ

କେବେ ପୁଣି ଆସି ଉଡ଼ାଇ ନେଇଛି

ଅଦିନ ଝଡ଼ର ବାଆ।


ମନ୍ଦାକିନୀ ଢାଳି ମମତାକୁ ବୋଳି

ରହିଥାଏ କେବେ ଜଡ଼ି

ପର ଲାଗିଗଲେ ଦୂର ଦିଗନ୍ତ ରେ

ଡେ ଣା ଝାଡି ଯାଏ ଉଡି।


ମଧୁର ମଳୟ ପ୍ରୀତିପ୍ରେମ ମୟ

ସବୁଜ ସୁନ୍ଦର ବେଶ୍

ବୈଶାଖ ଝାଞ୍ଜି ର ତାତିଲା ଡ ହରେ 

ଲୁଚାଇ ଦିଏ ତ ହସ।


ମିଳନ ମଧୁର ସହାନାଇ ସ୍ୱର

ହୃଦୟେ ଆନନ୍ଦେ ଭରେ

ବିରହ ବେଦନା ନାଶକ ଯୋଛନା

ଜୀବନେ ଅନ୍ଧାର ପୁରେ।


ଫଗୁ ଢାଳି ଦିଏ ସାରା ଶରୀର ରେ

ସାଙ୍ଗ ସାଥି ହୋଲି ଖେଳ

ଦିନ ସରି ଯାଏ ଆଖି ବୁଜି ଦିଏ

ବିଦାୟର ଶେଷ ବେଳ।


ସ୍ମୃତି ସତେ କେତେ ଲମ୍ବା ଗପ ପେଡ଼ି

ଲେଖିଲେ ସରିବ ନାହିଁ

ଯିବି ଛାଡ଼ି ଯେବେ ଏଇ ଦୁନିଆଁକୁ

ସେ କଥା ଭୁଲିବା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy