STORYMIRROR

Banalaxmi Mohanty

Inspirational

4  

Banalaxmi Mohanty

Inspirational

ସ୍ମୃତି ଅନୁଭୂତି

ସ୍ମୃତି ଅନୁଭୂତି

1 min
265


ଜୀବନର ଏଇ ଛକି ଶୂନ ଖେଳେ

    କିଛି ସ୍ମୃତି ଅନୁଭୂତି 

ଏଇ ସଂସାରରେ ସଭିଙ୍କ ଜୀବନେ 

    ଉଙ୍କି ମାରିଥାଏ ନିତି।


ପିଲାଦିନ ସ୍ମୃତି ଅତି ଆପଣାର

   କେବେ ଭୁଲି ହୁଏ ନାହିଁ 

ବାପା ମାଆ କୋଳେ ସ୍ନେହ ମମତାର

    କୋମଳ ପରଶ ସେହି ।


ସାଙ୍ଗ ସାଥି ମେଳେ ବାଲି ଧୂଳି ଖେଳ

     ଖେଳୁ ପୁଣି ଲୁଚ କାଳି

କବାଡି ଓ ପୁଚି ବୋହୂ ଚୋରୀ ପୁଣି

    ମିଛି ମିଛି ଭାତ ଡାଲି।


କାହିଁଗଲା ସେହି ଅତୀତ ସୁଦିନ

    ଭାବିଲେ ଲାଗଇ କଷ୍ଟ

ସଂସାର ଜଞ୍ଜାଳେ ଛନ୍ଦି ହୋଇ ଯାହା

    ହେଉଅଛି ଛଟ ପଟ।


ସବୁ ଅନୁଭୂତି ସ୍ମୃତି ରୂପେ ଆସି

   କଳ୍ପନାରେ ଦେଖାଦିଏ 

ସେ ସ୍ମୃତି ସାଇତି ଜୀବନେ ମନୁଷ୍ୟ 

   ନିଜକୁ ସାନ୍ତ୍ବନା ଦିଏ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational