STORYMIRROR

Nibedita Mishra

Tragedy

2  

Nibedita Mishra

Tragedy

ସ୍ମୃୃତି

ସ୍ମୃୃତି

1 min
14.4K


ଅନେକ ଥର ତୁମକୁ ଚିରିଫାଡି

ଲୁଚାଇ ଦେଇଥାଏ ଅତୀତର ପୃଷ୍ଠାରେ,

ତୁମେ କିନ୍ତୁ ପୁଣି ବାହାରି ପଡି

ଯୋଡି ହେଇଯାଅ ମୋ ବର୍ତ୍ତମାନ ସାଙ୍ଗରେ


ଯେତେବେଳେ ତୁମକୁ ଖଣ୍ଡ ଖଣ୍ଡ କରି

ପୋଡିଦେଉଥାଏ ମୋ ବେଦନାର ଅଗ୍ନି,

ତୁମେ କିନ୍ତୁ ଆସି ବୋଳି ହୋଇଯାଅ

ମୋ ଶରୀରେ ପୁଣି ପାଉଁଶ ହୋଇ।


ଅନେକ ଥର ଟୋପା ଟୋପା କରି

ବୁହାଇ ଦେଇଛି ତୁମକୁ ମୋ ନୟନୁ,

ତୁମେକିନ୍ତୁ ବର୍ଷା ହୋଇ ଝରିପଡ

ଭିଜାଇ ଦିଅ ମୋର ତନୁମନ।


ନିଘୋଡ ନିଦରେ ଶୋଇଗଲି

ତୁମକୁ ଆଉ ନ ଦେଖିବା ପାଇଁ,

ତୁମେ କିନ୍ତୁ ଆସି ପହଞ୍ଚିଗଲ

ବନ୍ଦ ଆଖିରେ ସ୍ବପ୍ନଟିଏ ହୋଇ।


ହାରିଗଲି ସବୁଥର ସବୁ ଚେଷ୍ଟାକରି

ପାରିଲିନି ତୁମକୁ ମୋ ଠାରୁ ଦୂରେଇ,

ତୁମେ ବସ୍ତୁ ,ପୃଷ୍ଠା ଅବା ନୁହଁ ଯେ ଜଳର ଧାରା

ଜନ୍ମୁଛ ତୁମେ ପ୍ରତିକ୍ଷଣ ମୋ ହୃଦସ୍ପନ୍ଦନେ ପରା।


ନିବେଦିତା ମିଶ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy