STORYMIRROR

Santosh Pattnayak

Abstract

2  

Santosh Pattnayak

Abstract

ସମର୍ପିତ ହେଉ ଲକ୍ଷ୍ୟ

ସମର୍ପିତ ହେଉ ଲକ୍ଷ୍ୟ

1 min
2.9K

ପ୍ରେମପାଇଁ ପରା ମନଟିଏ ଲୋଡା

   ପିଲା ହେଉ ଅବା ବୁଢା 

 ଦିବସ ପାଳିବା ଆବଶ୍ୟକ ନାହିଁ 

   ସ୍ନେହ-ଶ୍ରଦ୍ଧା ଟିକେ ଲୋଡା


 ବରଷକେ ଥରେ ଦିବସ ପାଳିବା 

   ପାଶ୍ଚାତ୍ଯ ସଂସ୍କୃତି ଶୋଭା 

 ତ୍ୟାଗ ସ୍ନେହ ଶ୍ରଦ୍ଧା ନିତ୍ୟ ବ୍ୟବହାର୍ଯ୍ୟ 

   ଆପଣା ସଂସ୍କୃତି ଆଭା


 ବିଷମ ଗ୍ରୀଷମ ଶରତ ଫଗୁଣ 

    ହେମନ୍ତ ଅବା ଶ୍ରାବଣ

ପ୍ରତିଟି ଋତୁରେ ଭରି ରହିଅଛି

     ପ୍ରେମ ପିରତୀ ପାର୍ବଣ


ପ୍ରିତୀ ଦେଖେନାହିଁ ଜଡ ସଚେତନ 

    ଅବା ସ୍ଥାବର ଜଙ୍ଗମ 

 ଅମ୍ବର-ଭୁଧର ତଟିନୀ-ସାଗର

     ପ୍ରିତୀର ଶୁଭ ସଙ୍ଗମ


ପ୍ରେମନୁହେଁ ଖାଲି ଶରୀର ବିକାର

   କେବେ କାହା ଭିଜା ସ୍ମୃତି 

 ପ୍ରକୃତି ପ୍ରଚୁର୍ଯ୍ୟ ପ୍ରେମ ଅବଦାନ 

    ପ୍ରେମରେ ତିଷ୍ଠିଛି ସୃଷ୍ଟି


ହୃଦୟର ଛୁଆଁ ଯୁଗ ଯୁଗ ପାଇଁ

   ଦେହର ଛୁଆଁ କ୍ଷଣିକ

ଶ୍ରଦ୍ଧା ସମ୍ମାନରେ ପ୍ରେମ କରିଚାଲ 

    ସମର୍ପିତ ହେଉ ଲକ୍ଷ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract