STORYMIRROR

Ajita Mishra

Classics

3  

Ajita Mishra

Classics

ସମ୍ପର୍କ

ସମ୍ପର୍କ

1 min
432

ସମୟ ଥିଲା ସୂଯୋଗବି ଥିଲା

ତୁମେ କହିଥାଆନ୍ତ

ଛୋଟ ରୂପଟିଏ ଦେଇଥାନ୍ତ

ଆମ ସମ୍ପର୍କକୁ

ହେଲେ ତୁମେ କହିଲନି କିଛି

ମୁଁ ବି ଚୁପ୍

ଅନିଚ୍ଛା ରେ ମୁଣ୍ଡପାତି

ସହିଗଲି ସବୁକିଛି

ପରସ୍ପର ଛନ୍ଦିହେଲେ

ଜଟିଳତାରେ

ଆହୁରି ଗଭୀର ଜଟିଳତାରେ

ବର୍ଷ ବର୍ଷ ବିତିଗଲା

ମନର ମଣିଷଟିପାଇଁ

ଅକୁହା କଥାତକ

ସାଇତା ହୋଇଥାଏ

ସମାଜ ଓ ସାଥିଙ୍କର

ଆତ୍ମିୟତାରେ

ସଭିଙ୍କୁ ଭଲପାଇବା

ଉଦାର ହୃଦୟରେ

ସବୁକିଛି ବାଣ୍ଟିଦେବା

ନିଃଶବ୍ଦ ସମ୍ପର୍କକୁ

ଏକ ଜୀବନ୍ତ ରୂପଦେବା

ଗୋଟିଏ ମୁହୂର୍ତ୍ତରେ

ସମ୍ପର୍କ ଟେ

ଗଢ଼ା ଯାଇପାରେ

ଭଙ୍ଗା ଯାଇପାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics