ସମ୍ପର୍କ
ସମ୍ପର୍କ
ଆମ ସମ୍ପର୍କଟା ତିଆରି ହୋଇନି
କାଠି ନଡ଼ା ଛପରରେ
ଆମ ସମ୍ପର୍କଟା ତିଆରି ହୋଇନି
ଅବା ମାର୍ବଲ ପଥରରେ
ସ୍ମୃତିରେ ମୁଁ ତୁମ ହୋଇ ବି ନ ପାରେ
ନୁରଙ୍କର ସାହାଜାହାନ
କିନ୍ତୁ ଏ ସମ୍ପର୍କ ଅଟଇ ପବିତ୍ର
ପାଇଁ ଜୀବନ ଜୀବନ
ଇଟା ବାଲି ଗୋଡି ତିଆରିରେ ନୁହେଁ
ସତ ଆମ ଏହି ଘର
ବିଶ୍ୱାସ ଅଟଇ ବଡ଼ ମୂଳଦୂଆ
ଗଢିବାକୁ ଏ ନଅର
କାହିଁକି ତୁମେ ଯେ ଅଭିମାନୀ ସାଥୀ
ହୋଇଛ ବୁଝେଇ କୁହ
ତୁମ ପ୍ରତୀକ୍ଷାରେ ବସିଛି ମୁଁ ଚାହିଁ
ଆଖିରୁ ଗଡେଇ ଲୁହ