STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସମ୍ପର୍କ

ସମ୍ପର୍କ

1 min
262

ସମ୍ପର୍କର ଡୋରି ଲମ୍ବିଛି ଏପରି

 ଜନମରୁ ମୃତ୍ୟୁ ଯାଏ

ସମ୍ପର୍କର ମାନେ ବୁଝି ଅଛି ଯିଏ

 ମହତ ମଣିଷ ସିଏ।


ନିଜ ସ୍ୱାର୍ଥ ପାଇଁ ସମ୍ପର୍କ ଯୋଡିଲେ

 ହୁଏ ନାହିଁ ଚିରସ୍ଥାୟୀ

ବାଲି ଘର ଗଢି ଖେଳିଲେ ସେ ଘରେ

 ହୋଇଥାଏ କ୍ଷଣସ୍ଥାୟୀ।


ଭକତ ସମ୍ପର୍କ ଭଗବାନ ଠାରେ

 ପୁତ୍ରେ ଜନନୀ ସମ୍ପର୍କ

ତଟିନୀ ସମ୍ପର୍କ ମହୋଦଧି ଠାରେ

 ମେଘେ ଚାତକ ସମ୍ପର୍କ।


ଚାନ୍ଦର ସମ୍ପର୍କ କୁମୁଦିନୀ ଠାରେ

 କମଳେ ସମ୍ପର୍କ ରବି

ଆକାଶ ସମ୍ପର୍କ ଧରଣୀ ସଙ୍ଗତେ

 ପରସ୍ପର ଥାନ୍ତି ଲାଖି।


ଉତ୍ତମ ଜନରେ ସମ୍ପର୍କ ଗଢିଲେ

 ସେ ସମ୍ପର୍କ ଅମଳିନ

ସମ୍ପର୍କର ଅର୍ଥ ବୁଝିଛି ଯିଏରେ

 ସେହି ତ ମହତ ଜନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational