STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ବଦଳୁଛି ମୋ ଦେଶ

ବଦଳୁଛି ମୋ ଦେଶ

1 min
27K


ଶତାଧିକ ବରଷର

ପରାଧୀନତାର ବେଡି

ବିନା ହିଂସା ରକ୍ତ ପାତେ

ଦେଇଛୁରେ ଆମେ କାଢି॥୧॥

             ମୋ ଦେଶ ଭାରତବର୍ଷ

             ସ୍ୱାଧୀନ ଓ ସାର୍ବଭୌମ

             ସାରା ବିଶ୍ୱରେ ସୁନ୍ଦର

             ଅନନ୍ୟ ଓ ଅନୁପମ॥୨॥

ସ୍ୱର୍ଣ୍ଣ-ପ୍ରସୂ ତାର ଭୂମି

ଖଣିଜ ସମ୍ପଦେ ଭରା

କି ସୁନ୍ଦର କଳା କୀର୍ତ୍ତି

ନୟନ ଓ ମନୋହରା॥୩॥

            ନାହିଁ ଜାତିଗତ ଭେଦ

            ସର୍ବ ଧର୍ମ ସମ ଭାବ

            ଆଇନ୍ ର ସମାନତା

            ଧନୀ ହେଉ ବା ଗରିବ॥୪॥

ଏକଶ ପଚିଶ କୋଟି

ମାନବ ସମ୍ବଳ ଯାର

ଅର୍ଦ୍ଧାଧିକ ଯୁବ ଶକ୍ତି

ଖୋଜେ ପଥ ବିକାଶର॥୫॥

            ସାମାଜିକ ବୈଷମତା

            ଅଶିକ୍ଷା ଆଉ ଦୁର୍ନୀତି

            ହଟାଇବା ପାଇଁ ଦେଶୁ

            ପ୍ରଣୀତ ହୋଇଛି ନୀତି॥୬॥

ଜଗତିକରଣ ନୀତି

ଆପଣେଇଛୁ ଦେଶରେ

ପୁଞ୍ଜିର ଅଭାବ ନାହିଁ

ଭିତ୍ତିଭୂମି ବିକାଶରେ॥୭॥

             ବ୍ୟାଙ୍କ୍ ଜାତୀୟକରଣ

             କରିଛନ୍ତି ସରକାର

             ନାହିଁ ଋଣ ଅସୁବିଧା

             ମହାଜନ ଅତ୍ୟାଚାର॥୮॥

ଦୁର୍ନୀତି କଳାବଜାରୀ

ହଟାଇବା ପାଇଁ ଦେଶୁ

ବିମୁଦ୍ରୀକରଣ ନୀତି

ବହୁଗୁଣେ ଫଳପ୍ରସୂ॥୯॥

            ଆର୍ଥିକ ସଂସ୍କାର ନୀତି

            ହୋଇଅଛି ପ୍ରଣୟନ

            ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ

            ପରିଣାମ ମୂଲ୍ୟବାନ॥୧୦॥

ମୋ ଦେଶର ଅର୍ଥନୀତି

ବିଶ୍ୱ ଗାଏ ଯା ପ୍ରଶସ୍ତି

ପ୍ରଗତିର ରଥ ଚକ୍ର

ଆଗକୁ ଚାଲିଛି ନିତି॥୧୧॥

            ଯାନ୍ତ୍ରିକ ଓ ସ୍ୱାସ୍ଥ୍ୟ ଶିକ୍ଷା

            ପାଇଁ ଅନୁଷ୍ଠାନ ମାନ

            ସ୍ଥାପନା ହୋଇଛି ଦେଶେ

            ହୁଏ ଶିକ୍ଷା ବିତରଣ॥୧୨॥

ମୋ ଦେଶ ଯୁବ ବିଜ୍ଞାନୀ

ଦେଶ ବିଦେଶରେ ନାମ

ଅରଜୁ ଅଛନ୍ତି ଆଜି

କରି ବଡ ବଡ କାମ॥୧୩॥

             ବିଜ୍ଞାନ ବଳେ ମୋ ଦେଶ

             ଚନ୍ଦ୍ର ମଙ୍ଗଳ ଛୁଏଁ

             ଦେଖି ପରମାଣୁ ଶକ୍ତି

             ଶତୃ ଚମକି ଚାହେଁ॥୧୪॥

ଆମେ ସବୁ ଦେଶବାସୀ

କାମ କରି ମିଳିମିଶି

ମହାଶକ୍ତି ହେବା ଦିନେ

ଦେଖିବ ଏ ବିଶ୍ୱବାସୀ॥୧୫॥

     *******


Rate this content
Log in

Similar oriya poem from Inspirational