ଇଗଲ ପକ୍ଷୀ
ଇଗଲ ପକ୍ଷୀ


ଇଗଲର ସଂଘର୍ଷ
ହଁ ଆଜି ମୋତେ ଉଡିଯିବାକୁ ହେବ
ଦୂର ସେ ପାହାଡ଼ ଗୁମ୍ଫାକୁ
ଆଜି ମୁଁ ଭୀଷଣ କ୍ଳାନ୍ତ ଅବଶ ମୋ ଶରୀର
ଭାରି ମୋର ଡେଣା
ଅସମର୍ଥ ମୋର ଚଂଛୁ
ହରାଇସାରିଛି ଖାଦ୍ୟକୁ ନଖର ମୁନରେ ଧରିରଖିବାର କ୍ଷମତା
ଯଦି ଖାଦ୍ୟ ଖେଦ ଲୋଭ ମାୟାର ପ୍ରଲୋଭରେ ରହିଯାଇପାରେ
ତୁମେ ଦେଖିବ ମୋର ଅସମର୍ଥ ରୁପକ ଅସହାୟ ପ୍ରାଣକୁ
ନିର୍ବାପିତ ହେଉଥିବା ଜୀବନର ଶେଷ ଆୟୁଷକୁ
କିନ୍ତୁ ମୁଁ ବଞ୍ଚିବାକୁ ଚାହେଁ ତୁମ ସେ ମଧୁର ସ୍ପର୍ଶରେ ଆଲିଙ୍ଗନର ଆଶ୍ଲେଷରେ ଉପଭୋଗ କରିବାକୁ ଚାହେଁ ସେହି ସୁବର୍ଣ୍ଣ ମୁହୂର୍ତ୍ତ ଯିଏ ରଚିବ ଆମ ପ୍ରେମର ଇତିହାସ
ତେଣୁ ମୁଁ ଆଜି ଫେରିଯାଉଛି
ଅଗନାଅଗଣି ବନସ୍ତକୁ
ଚଂଛୁର ମୁନରେ କାଢ଼ିଦେବି ଡେଣା
ପଥର ନିଷ୍ଠୁର ଆଘାତରେ ଭାଙ୍ଗିଯିବ ଚଂଛୁ। ଅସହାୟ ଆଙ୍ଗୁଳିକୁ ପାହାଡରେ କରିବି ଘର୍ଷଣ
ହରାଇବସିବି ଉଡ଼ିବାର ଶକ୍
ତି
ସମଗ୍ର ଚକ୍ଷୁରେ ଦୃଶ୍ୟମାନ ହେବି
ଏକ ବାଳୁତ ଶିଶୁ ଭଳି ଦିଶିବି କରୁଣ ନଥିବ ଖାଦ୍ୟ ଖାଇବାର ଶକ୍ତି
ତଥାପି ଜୀବନକୁ ନେଇ କରିବି ସଂଘର୍ଷ ବିନା ଖାଦ୍ୟରେ ବଞ୍ଚିପାରିବି
ତୁମ ଆହ୍ବାନରେ ପୁଞ୍ଜିଭୁତ ହେବ ମୋର ଶକ୍ତି ଗୁଜୁରି ଉଠିବ ଡେଣା
ଶକ୍ତ ତୀକ୍ଷଣ ହୋଇଉଠିବ ପ୍ରତିଟି ଆଙ୍ଗୁଳି ପୁଣି ଦିଶିବି ପରିପୂର୍ଣ୍ଣା ନବଯୌବନା ଫେରିଆସିବ ଉଡ଼ିବାର ଶକ୍ତି ଭରିଯିବ ସମସ୍ତ ଆଶା ମାଟିର ମୋହ ଶୁଣିବି ମନଭରି ତୁମର ସୁରଭିତ ସଂଗୀତ
ସ୍ପର୍ଶ କରିବି ଫଗୁର ଫଗୁଣ
ପୁଣି ଚଳାପଥରେ ଫେରିଆସିବ ଅଦିନିଆ ବର୍ଷା
ଆଉ ତୁମ ହାତର ସ୍ପର୍ଶରେ ମୋ ଡେଣାରେ ଆସିବ ପୁଲକ
ଅଙ୍କୁରିତ ହେବ ଆଶା
ଦିଶିବ ହରାଇଥବା ଦିଶା
ସାରାଜୀବନ ସଂଘର୍ଷରେ ସାଉଁଟିଆଣିବି ତୁମକୁ ଫେରିପାଇବାର ଶେଷ ଆଶା
ଫେରିପାଇବାର ଶେଷ ଆଶା
............ଶୈବାଳିନୀ ସାହୁ........