STORYMIRROR

Saibalini Sahoo

Abstract

2  

Saibalini Sahoo

Abstract

ନଈ ଏକ ଆତ୍ମଲିପି

ନଈ ଏକ ଆତ୍ମଲିପି

1 min
250

        ଛାତିର ଚୌହଦୀ ଡେଇଁ

      ଦୀର୍ଘଶ୍ଵାସ ପବନରେ ମିଶେ

        ନିରୁତ୍ତର ମନ ମୋର

    ଆଜି ଠିକ୍ ଶୁନ୍ ଶାନ୍ ନଈ ପଠା ପରି,

    ବୃକ୍ଷ ଦିଏ ପତ୍ରଝଡା

  ନଈ ସୁଅ ଶୁଖିଯାଏ ଆଢୁଆଳେ

    ନିୟତ୍ତି ମୋ'ଡାକେ ହାତଠାରି

  ଅଦେଖା ମୁହାଣ ଆଡେ

  ନିରୁତ୍ତର ଏକା ବୋହିଗଲା ବେଳେ

  କରିବନି ପ୍ରଶ୍ନ କେବେ

   ଥିଲା କେତେ ପ୍ରତିଶ୍ରୁତି କା'ର,

    ବିପୁଳ ପ୍ରୀତିର ବନ୍ୟା

     ଦ୍ଵି ଦିନର ସୁଖ ଦେଇ

  ଅବେଳରେ ଆଜି କିଆଁ ଛାଡିଦେଲା କର

   ଏଇ ଶୀତ ମାସ ସାରା

  ଅଛିଣ୍ଡା ରାତିର ଦୈର୍ଘ୍ୟ ବେଶି ଅବା

   ବେଶୀ ଦୀର୍ଘ ଶ୍ୱାସ ମୋର,

   ଜଣିଛି ଉତ୍ତର ନାହିଁ

   ବାଲିଝଡ଼ କେତେ  କ୍ରୁଦ୍ଧ

     କେତେ ଶୁଦ୍ଧ ଏଇ ନଈ ନୀର

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract