ନଈ ଏକ ଆତ୍ମଲିପି
ନଈ ଏକ ଆତ୍ମଲିପି
ଛାତିର ଚୌହଦୀ ଡେଇଁ
ଦୀର୍ଘଶ୍ଵାସ ପବନରେ ମିଶେ
ନିରୁତ୍ତର ମନ ମୋର
ଆଜି ଠିକ୍ ଶୁନ୍ ଶାନ୍ ନଈ ପଠା ପରି,
ବୃକ୍ଷ ଦିଏ ପତ୍ରଝଡା
ନଈ ସୁଅ ଶୁଖିଯାଏ ଆଢୁଆଳେ
ନିୟତ୍ତି ମୋ'ଡାକେ ହାତଠାରି
ଅଦେଖା ମୁହାଣ ଆଡେ
ନିରୁତ୍ତର ଏକା ବୋହିଗଲା ବେଳେ
କରିବନି ପ୍ରଶ୍ନ କେବେ
ଥିଲା କେତେ ପ୍ରତିଶ୍ରୁତି କା'ର,
ବିପୁଳ ପ୍ରୀତିର ବନ୍ୟା
ଦ୍ଵି ଦିନର ସୁଖ ଦେଇ
ଅବେଳରେ ଆଜି କିଆଁ ଛାଡିଦେଲା କର
ଏଇ ଶୀତ ମାସ ସାରା
ଅଛିଣ୍ଡା ରାତିର ଦୈର୍ଘ୍ୟ ବେଶି ଅବା
ବେଶୀ ଦୀର୍ଘ ଶ୍ୱାସ ମୋର,
ଜଣିଛି ଉତ୍ତର ନାହିଁ
ବାଲିଝଡ଼ କେତେ କ୍ରୁଦ୍ଧ
କେତେ ଶୁଦ୍ଧ ଏଇ ନଈ ନୀର